ରାଜ୍ୟ

Lingaraj Temple: ଶ୍ରୀଲିଙ୍ଗରାଜଙ୍କୁ ଲାଗି ହେଉଛି ଅପମିଶ୍ରିତ କ୍ଷୀର,ଅପମିଶ୍ରଣ ବନ୍ଦ କରିବାକୁ ଦାବି

ଭୁବନେଶ୍ୱର,୧୪ \୧୦: ବିଭିନ୍ନ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ କରୁ କରୁ ଏବେ ଲାଭଖୋର ବ୍ୟବସାୟୀମାନେ ଦିଅଁ ଦେବତାଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି । ଠାକୁରଙ୍କ ଶ୍ରୀଅଙ୍ଗ ଓ ମସ୍ତକରେ ଲାଗି ହେଉଥିବା କ୍ଷୀର ଟିକକ ମଧ୍ୟ ଅପମିଶ୍ରଣ କରାଯାଉଛି । କ୍ଷୀରରେ ପାଣି ସହ ରାସାୟନିକ ସାମଗ୍ରୀ ମିଶାଇ ଜରି ଆଉ ପ୍ଲାଷ୍ଟିକ ଗିଲାସରେ ବିକ୍ରି କରାଯାଉଛି । ଏଭଳି କାରବାର ଏକାମ୍ର କ୍ଷେତ୍ର ଅଧିଶ୍ୱର ଶ୍ରୀଲିଙ୍ଗରାଜଙ୍କ ମନ୍ଦିରଠାରେ ଦେଖିବାକୁ ମିଳିଛି ।

ଯାଜପୁର ଅଞ୍ଚଳର ଜଣେ ବୟସ୍କା ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ କ୍ଷୀର ଅଭିଷେକ କରିବାକୁ ମାନସିକ ରଖି ଆସିଥିଲେ । ସେ ଏଠାରେ କ୍ଷୀର କିଣିବା ପରେ ସେଥିରେ ଅଧିକ ପାଣି ମିଶିଥିବା ଦେଖି ବ୍ୟବସାୟୀଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ବ୍ୟବସାୟୀ ଜଣଙ୍କ ନିଜ ଦୋଷକୁ ସ୍ୱୀକାର ନ କରି ଓଲଟା ଶ୍ରଦ୍ଧାଳୁଙ୍କୁ କଟୁ ଭାଷାରେ ଭର୍ତ୍ସନା କରିଥିଲେ । ତେଣୁ ନିରାଶ ହୋଇ କାନମୁଣ୍ଡା ଆଉଁସି ଶ୍ରଦ୍ଧାଳୁ ଜଣଙ୍କ ଏମିତି କ୍ଷୀର କେମିତି ଠାକୁରଙ୍କ ଠାରେ ଲାଗି କରିବି କହି ଫିଙ୍ଗି ଦେଇଥିଲେ । କେବଳ ବେଲପତ୍ର, ଫୁଲ ଓ ନଡିଆ ଭୋଗ କରିଥିଲେ । ଶ୍ରୀଲିଙ୍ଗରାଜଙ୍କୁ କ୍ଷୀର ଅଭିଷେକ କରିବାର ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା । ଅସନ୍ତୋଷ ହୋଇ ସେ ଫେରିଗଲେ । ଏଭଳି ଘଟଣା ଏଠାରେ ପ୍ରତିଦିନ ଘଟୁଛି ବୋଲି କିଛି ସେବାୟତ କହିଛନ୍ତି । ଉଭୟ ବିଏମସି ଓ ମନ୍ଦିର ପ୍ରଶାସନ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button