uncategories
Literature: କବିତା ‘ପିଚୁରାସ୍ତା’ ପବିତ୍ର ମୋହନ ଦାଶଙ୍କ କଲମରୁ…
କବିତାଟି ବର୍ତ୍ତମାନର ପରିସ୍ଥିତି ତଥା ମଣିଷର ମାନସିକ ଅସନ୍ତୋଷକୁ ଚିତ୍ରଣ କରୁଛି। ମଦନିଶା ଯେ କେତେ ଭୟଙ୍କର ସ୍ଥିତି ଉପୁଜାଏ ତାହା କବି ପରୋକ୍ଷରେ କହିବାକୁ ଚେଷ୍ଟା କରିଛନ୍ତି।

ପିଚୁରାସ୍ତା
ପବିତ୍ର ମୋହନ ଦାଶ
କଳାନାଗ ପରି ପିଚୁରାସ୍ତା
ଗାଁକୁ ଦଂଶିଚାଲିଛି,
ବରଜୁ ଛକଡ଼ି ମୁଣ୍ଡ ଫଟାଫଟି
ଅନ୍ତରରୁ ଉତ୍ତର ନାହିଁ
ମିନିଟ୍କ ଭିତରେ ହାଜର ପୁଲିସ।
ପାଣି ଗିଲାସରେ ନିଶା
ଦିନ ଦିପହରେ ଅମାବାସ୍ୟା
ପଲିଥିନ୍ ଭିତରୁ ନାଚୁଛି ଆସ୍କା ଫର୍ଟି,
ହିଡ଼ ବିବାଦ
ପଲ୍ଲୀସଭାରେ ପାରୁନି ତୁଟି,
ଓକିଲ ପାଖ, କଚେରି ଛକ
ବାଇକ୍ରେ ଦଶ ମିନିଟ୍।
ବିଲ ମାଗୁଛି ଚମ୍ପା, ବାଙ୍କୋଇ ଧାନ
ଆଖିପିଛୁଳାକେ ପହଞ୍ଚେ ସଂକର ବିହନ
ଗବେଷଣା କେନ୍ଦ୍ରରୁ ସମବାୟ ସମିତି।
ଗରଳ ସାପଠି ଅଛି ନା ଆମଠି?
ମୋ: ୯୪୩୭୨୦୭୫୪୮
ସୌଜନ୍ୟ ସମ୍ବାଦ




