ଦେଶ ବିଦେଶ

PM MITRA Park: ୱାରଙ୍ଗଲ୍‌ରେ ଦେଶର ପ୍ରଥମ ‘ପିଏମ୍‌ ମିତ୍ର’ ପାର୍କ ଉଦ୍‌ଘାଟିତ

ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗଲ୍‌ରେ ଦେଶର ପ୍ରଥମ ‘ପିଏମ୍‌ ମିତ୍ର’ (ମେଗା ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ୍‌ ରିଜିଅନ୍‌ ଆଣ୍ଡ୍‌ ଆପାରେଲ୍‌) ପାର୍କ ଆଜି କାର୍ଯ୍ୟକ୍ଷମ ହୋଇଛି। ୧୬୯୫.୯୪ କୋଟି ଟଙ୍କା ନିବେଶରେ ୧୩୨୭ ଏକର ଜମିରେ ସ୍ଥାପିତ ‌ଏହି ପାର୍କକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଉକ୍ତ ପାର୍କ ମୋଟ ୬୦୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବ ବୋଲି ଆଶା ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧-୨୨ ବଜେଟ୍‌ରେ ପିଏମ୍‌ ମିତ୍ର ଯୋଜନା ଘୋଷଣା ହୋଇଥିଲା। ୨୦୨୧ ଅକ୍ଟୋବରରେ ଏଥିପାଇଁ ବୟନଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ୭ଟି ରାଜ୍ୟରେ ୭ଟି ପାର୍କ ସ୍ଥାପନ ନେଇ ଏଥିରେ ଯୋଜନା ରହିଛି। ସେହି ରାଜ୍ୟଗୁଡ଼ିକ ହେଲା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଗୁଜରାଟ। ଭାରତ ସରକାରଙ୍କ ‘୫ ଏଫ୍‌’ ଭିଜନ୍‌କୁ ଦୃଷ୍ଟିରେ ରଖି ଏହି ପାର୍କ ସ୍ଥାପନ କରାଯାଉଛି। ସେହି ୫ଟି ଏଫ୍‌ ହେଲା ଫାର୍ମ ଟୁ ଫାଇବର୍‌ ଟୁ ଫ୍ୟାକ୍ଟରି ଟୁ ଫ୍ୟାସନ୍‌ ଟୁ ଫରେନ୍‌।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button