ରାଜ୍ୟ

Katak: କଟକରେ ଆଜି କାଳୀପୂଜା ଭସାଣି, ଶୋଭାଯାତ୍ରାରେ ସାମିଲ ହେବେ ୮୦ ମେଢ଼

କଟକରେ ଆଜି କାଳୀପୂଜା ଭସାଣି ଉତ୍ସବ। ୮୦ଟି ମେଢ଼ ଶୋଭାଯାତ୍ରାରେ ସାମିଲ ହେବେ। ଦୁର୍ଗାପୂଜା ଭସାଣି ଭଳି କାଳୀପୂଜା ଭସାଣିକୁ ଶାନ୍ତଶୃଙ୍ଖଳାର ସମାପନ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଶାନ୍ତିଶୃଙ୍ଖଳା ପାଇଁ ୬୫ ପ୍ଲାଟୁନ୍ ପୁଲିସ ମୁତୟନ।

କଟକ:  କଟକର ପାରଂପାରିକ କାଳୀପୂଜା ଭସାଣି ଉତ୍ସବ ଆଜି ଅନୁଷ୍ଠିତ ହେଉଛି। ଆଜି ଶୋଭାଯାତ୍ରାରେ ସାମିଲ ହେବେ କଟକର ବିଭିନ୍ନ ସାହିର ୮୦ଟି ମେଢ଼। ବିଭିନ୍ନ ସାହିର ୮୦ଟି ମେଢ଼ଆଜି ପୁରୀଘାଟ ଦେବୀଗଡ଼ାରେ ବିସର୍ଜିତ ହେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ପୂର୍ବରୁ କାଠଯୋଡ଼ି ନଦୀରେ କୃତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି। ଏଥିଲାଗି ସକାଳୁ ପୂଜା କମିଟିମାନେ ତତ୍ପର ହୋଇଉଠିଥିବା ପରିଲକ୍ଷିତ ହୋଇଛି।

୬୫ ପ୍ଲାଟୁନ୍ ପୁଲିସ୍ ମୁତୟନ

ଦୁର୍ଗାପୂଜା ଭସାଣି ଭଳି କାଳୀପୂଜା ଭସାଣିକୁ ଶାନ୍ତଶୃଙ୍ଖଳାର ସମାପନ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ମହାନଗରରେ ୬୫ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button