ରାଜ୍ୟ

OERC Chairperson Post Vacant ଓଇଆରସି ଅଧ୍ୟକ୍ଷ ନିଯୁକ୍ତିରେ ଝୁଣ୍ଟୁଛନ୍ତି ରାଜ୍ୟ ସରକାର

ଓଇଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ମେ’ ମାସରେ ଇସ୍ତଫା ଦେବା ପରଠାରୁ ପଦବି ଖାଲି ରହିଛି। ନିଯୁକ୍ତି ପ୍ରକ୍ରିୟା କମିଟି ବିଚାରାଧୀନ ଥିବା କହିଛନ୍ତି ଶକ୍ତିମନ୍ତ୍ରୀ।

ଭୁବନେଶ୍ବର:  ରାଜ୍ୟରେ ବିଦ୍ୟୁତ୍ ସେବାକୁ ଅଧିକ ସ୍ବଚ୍ଛ ଓ ସକ୍ରିୟ କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଗଠିତ ହୋଇଛି। ବିଦ୍ୟୁତ୍‌ଦେୟକୁ ଗ୍ରାହକାଭିମୁଖି କରିବା ନିମନ୍ତେ ଓଇଆର୍‌ସି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଏହାର ଅଧ୍ୟକ୍ଷ ନିଯୁକ୍ତି କରିବା କ୍ଷେତ୍ରରେ ରାଜ୍ୟ ସରକାର ଆଗେଇପାରୁନାହାନ୍ତି।

ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ପ୍ରତି ରାଜ୍ୟ ସରକାର ଅଣଦେଖା କରିଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ପ୍ରଶ୍ନ କରିଥିଲେ। ଶ୍ରୀ ବେହେରା ତାଙ୍କ ଅଣତାରକା ପ୍ରଶ୍ନରେ କହିଛନ୍ତିଯେ ବିଦ୍ୟୁତ୍‌ ଆଇନ୍‌ ଧାରା ୮୫(୨) ଅନୁଯାଇ ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଏଥି ପ୍ରତି ଅଣଦେଖା କରୁଛି। ଏହା ଉତ୍ତରରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦର୍ଶାଇଛନ୍ତି, ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଅଧ୍ୟକ୍ଷ ନିଯୁକ୍ତି ଚୟନ ପ୍ରକ୍ରିୟା ଏହି କମିଟି ବିଚାରାଧୀନ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button