ରାଜ୍ୟ

Dead: ଅକାଳରେ ହୃଦଘାତରେ ଟଳି ପଡ଼ିଲେ ୨ ଖଣି କର୍ମଚାରୀ

ଯାଜପୁର କାଳିଆପାଣି ଥାନା ଖଣି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୨ ଖଣି କର୍ମଚାରୀ ଆଜି ଅକାଳରେ ଟଳି ପଡ଼ିଛନ୍ତି। ମୃତକ ଦ୍ବୟ ହେଲେ ଓଡ଼ିଶା ଖଣି ନିଗମ ସୁକ୍ରଙ୍ଗି କ୍ରୋମାଇଟ ଖଣି କଳିଙ୍ଗ କମର୍ସିଆଲ...

କାଳିଆପାଣି (ରବି ନାରାୟଣ କର):ଯାଜପୁର କାଳିଆପାଣି ଥାନା ଖଣି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୨ ଖଣି କର୍ମଚାରୀ ଆଜି ଅକାଳରେ ଟଳି ପଡ଼ିଛନ୍ତି।  ହୃଦଘାତରେ ପ୍ରାଣ ହରାଇଥିବା  ମୃତକ ଦ୍ବୟ ହେଲେ ଓଡ଼ିଶା ଖଣି ନିଗମ (ଓଏମସି) ସୁକ୍ରଙ୍ଗି କ୍ରୋମାଇଟ ଖଣି କଳିଙ୍ଗ କମର୍ସିଆଲ (କେସିସି) କମ୍ପାନିର ଭଲଭୋ ଡ୍ରାଇଭର ମିଣ୍ଟୁ ଖୁସବାହା(୩୨) ଓ ବେଦାନ୍ତ-ଫେକର ଓସ୍ତପାଳ କ୍ରୋମାଇଟ ଖଣି ଓଡ଼ିଶା ମୋଟର୍ସ କମ୍ପାନିର ମେକାନିକ କୁମ୍ଭ ନାୟକ(୫୦)।

ମିଣ୍ଟୁଙ୍କର କିଡନି ଓ ଲିଭର ସଂକ୍ରମଣ ଜନିତ ରୋଗ ସମସ୍ୟା ଥିଲା। ସେ କାଳିଆପାଣି କୋଳିପଶିସ୍ଥିତ ନିଜ ଘରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା ପାଖରେ ପତ୍ନୀ ଲାଲମୁନି, ୨ ଶିଶୁପୁତ୍ର, ବାପା ରାମଦେବ ଭଗତ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ପୈତୃକ ଗାଁ ଝାଡ଼ଖଣ୍ଡ ରାଜ୍ୟ ସିୱାନ ଜିଲ୍ଲା ଅଣ୍ଡା ଥାନା ସଂଥୁ ନିଆଯାଇଛି।

ସେହିପରି ଆଜି ସକାଳ ସ୍ୱାଭାବିକ ଭାବେ ନିତ୍ୟକର୍ମ ସାରି ଡ୍ୟୁଟି ପାଇଁ ପ୍ରସ୍ତୁତ ହେଉଥିବା କୁମ୍ଭ ହଠାତ ଓସ୍ତପାଳ ଗାଁସ୍ଥିତ ନିଜ ଘରେ ଅସୁସ୍ଥ ଅନୁଭବ କରିଥିଲେ। ପତ୍ନୀ ଦୁଃଖିନୀ, ୨ ପୁଅ ସନ୍ଦୀପ ଓ ଶୁକଦେବ ତାଙ୍କୁ ପାର୍ଶ୍ଵସ୍ଥ ଏକ ଡାକ୍ତରଖାନା ନେଇଥିଲେ। ସେଠାରୁ କମ୍ପାନି ଆମ୍ବୁଲାନ୍ସରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଟମକା ପାଖରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଝାଡ଼ଖଣ୍ଡରେ ରହୁଥିବା ତାଙ୍କ ପ୍ରିୟଜନ ଆଜି ପହଞ୍ଚିବା ପରେ ଆସନ୍ତାକାଲି ଓସ୍ତପାଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ୨ ଖଣି କର୍ମଚାରୀଙ୍କ ଅକାଳ ମୃତ୍ୟୁରେ ସହକର୍ମୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button