Loksabha: ମୌସୁମୀ ଅଧିବେଶନର ଏକାଦଶ ଦିବସ: ଲୋକସଭାରେ ସୁପ୍ରିମ୍କୋର୍ଟ ବିଚାପତିଙ୍କ ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ
ସଂସଦରେ ମୌସୁମୀ ଅଧିବେଶନର ଆଜି ଏକାଦଶ ଦିବସରେ ମଧ୍ୟ ବିରୋଧୀମାନେ ପ୍ରବଳ ହଙ୍ଗାମା ଓ ହୋହଲ୍ଲା କରିଛନ୍ତି। ଦିଲ୍ଲୀ ହିଂସା ଘଟଣାରେ ଅମିତ ଶାହଙ୍କ ଜବାବ ମାଗି ଆଜି ବିରୋଧୀ ସାଂସଦମାନେ ଉଭୟ ଗୃହରେ ହୋହଲ୍ଲା କରିଛନ୍ତି। ଏହା ସତ୍ତ୍ବେ ଆଜି ଲୋକସଭା ଓ ରାଜ୍ୟସଭାରେ ୨ଟି ବିଲ୍ ଗୃହୀତ ହୋଇଛି

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଆଜି ଏକାଦଶ ଦିବସରେ ମଧ୍ୟ ବିରୋଧୀମାନେ ପ୍ରବଳ ହଙ୍ଗାମା ଓ ହୋହଲ୍ଲା କରିଛନ୍ତି। ଦିଲ୍ଲୀ ହିଂସା ଘଟଣାରେ ଅମିତ ଶାହଙ୍କ ଜବାବ ମାଗି ଆଜି ବିରୋଧୀ ସାଂସଦମାନେ ଉଭୟ ଗୃହରେ ହୋହଲ୍ଲା କରିଛନ୍ତି। ଏହା ସତ୍ତ୍ବେ ଆଜି ଲୋକସଭା ଓ ରାଜ୍ୟସଭାରେ ୨ଟି ବିଲ୍ ଗୃହୀତ ହୋଇଛି। ସୁପ୍ରିମ୍କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ସଂକ୍ରାନ୍ତ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ଲୋକସଭାରେ ଆଗତ ସୁପ୍ରିମ୍କୋର୍ଟ (ନମ୍ବର ଅଫ୍ ଜଜେସ୍) ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ଗୃହରେ ଆଜି ବିନା ଆଲୋଚନରେ ଏହି ବିଲ୍ ଗୃହୀତ ହୋଇଛି।
ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ଓ ରାମ ମନ୍ଦିର ଦାନ ଚୋରି ମାମଲାରେ ପ୍ରବଳ ହୋହଲ୍ଲା କରିବାରୁ ବିଲ୍ ଉପରେ କୌଣସି ଆଲୋଚନା ହୋଇପାରିଲାନି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ ବିଲ୍ ସଂକ୍ରାନ୍ତରେ ଏକ ସଂକ୍ଷିପ୍ତ ପ୍ରାରମ୍ଭିକ ବିବୃତି ଦେବାପରେ ସାଂସଦମାନଙ୍କୁ ବିଲ୍ ଉପରେ ଆଲୋଚନାରେ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ବିରୋଧୀ ସାଂସଦମାନେ ଲଗାତାର ହୋହଲ୍ଲା କରିବାରୁ ବିଲ୍ ଉପରେ କୌଣସି ଆଲୋଚନା ହୋଇପାରି ନ ଥିଲା। ଫଳରେ ବିନା ଆଲୋଚନାରେ ବାଚନିକ ଭୋଟ୍ରେ ବିଲ୍ଟି ଗୃହୀତ ହେଲା। ଅନ୍ୟପକ୍ଷେ ରାଜ୍ୟସଭାରେ ଆଜି ଏମ୍ଏସ୍ଏମଇ ବିକାଶ ସଂଶୋଧନ ବିଲ୍ ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜି ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍, ୨୦୨୬ ଆଗତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦ ତାରିଖରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ରାମ ମନ୍ଦିର ଦାନ ଚୋରି ପ୍ରସଙ୍ଗକୁ ନେଇ ଲଗାତାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଆଜି ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ‘ ୱି ୱାଣ୍ଟ୍ ଜଷ୍ଟିସ୍’ ସ୍ଲୋଗାନ୍ରେ ଗୃହ କମ୍ପିଥିଲା। ବିରୋଧୀଙ୍କ ହୋହଲ୍ଲାରେ ବାରମ୍ବାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବା ଫଳରେ ଦିନକ ପାଇଁ ଗୃହ ମୁଲତବୀ ରଖାଯାଇଛି।
ସୌଜନ୍ୟ ସମ୍ବାଦ




