ଦେଶ ବିଦେଶ

Lucknow: ଲକ୍ଷ୍ନୌରେ ପାର୍କିଂ ବିବାଦରୁ ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା: ୨୨ ସେକେଣ୍ଡରେ ଚାଲିଲା ୫ ରାଉଣ୍ଡ ଗୁଳି

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପାର୍କିଂ ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନି ଜଣଙ୍କୁ ଗୁଳି କରି ହତ୍ୟା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ମାତ୍ର ୨୨ ସେକେଣ୍ଡ ମଧ୍ୟରେ ୫ ରାଉଣ୍ଡ ଗୁଳି ଚଳାଉଥିବା ଦେଖାଯାଇଛି।

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପାର୍କିଂ ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନି ଜଣଙ୍କୁ ଗୁଳି କରି ହତ୍ୟା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ମାତ୍ର ୨୨ ସେକେଣ୍ଡ ମଧ୍ୟରେ ୫ ରାଉଣ୍ଡ ଗୁଳି ଚଳାଉଥିବା ଦେଖାଯାଇଛି। ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇବା ପରେ ସେ ପିସ୍ତଲରେ ପୁଣି ଗୁଳି ଭରିଥିଲା ଏବଂ ଆଉ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଅକ୍ଟୋବର ୨୬ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟାରେ ଲକ୍ଷ୍ନୌର ସାଦତଗଞ୍ଜ ଥାନା ଅଞ୍ଚଳର ବ୍ରାହ୍ମଣୀ ଟୋଲାରେ ଏହି ଘଟଣା ଘଟିଥିଲା।

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଋଷଭ ଶୁକ୍ଳା ଏବଂ ତିୱାରୀ ପରିବାର ମଧ୍ୟରେ ଏକ ଖାଲି ଜାଗାରେ ଗାଡ଼ି ରଖିବାକୁ ନେଇ ବିବାଦ ହୋଇଥିଲା। ଏହି ବିବାଦ ଉଗ୍ରରୂପ ନେବା ପରେ ଋଷଭ ନିଜ ପିସ୍ତଲରୁ ଗୁଳି ଚଳାଇଥିଲା। ଏଥିରେ ଶିବାଜୀ ତିୱାରୀ, ଶିବେନ୍ଦ୍ର ତିୱାରୀ ଓ ସୁୟଶ ତିୱାରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମ୍‌ୟୁ)ର ଟ୍ରମା ସେଣ୍ଟରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଇଟାରେ ମାଡ଼ ମରାଯାଇଥିବାରୁ ଚଳାଇଛି  ଗୁଳି

ଘଟଣାର ଭିଡିଓରେ ଋଷଭ ଗୁଳି ଚଳାଇବା ପରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇବାକୁ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଛି। ତାକୁ କହୁଥିବାର ଶୁଣାଯାଉଛି ଯେ, ତାକୁ ଇଟାରେ ମାଡ଼ ମରାଯାଇଥିବାରୁ ସେ ଗୁଳି ଚଳାଇଛି। ତେବେ ଏହା ଅଭିଯୁକ୍ତର ନିଜସ୍ୱ ଦାବି। ଘଟଣାର ପ୍ରକୃତ କାରଣ ଏବଂ ଗୁଳି ଚଳାଇବା ପୂର୍ବରୁ କ’ଣ ଘଟିଥିଲା, ତାହା ପୁଲିସ ତଦନ୍ତରୁ ସ୍ପଷ୍ଟ ହେବ। ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଅଟକ ରଖି ପରେ ଗିରଫ କରିଥିଲା। ତା’ଠାରୁ ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ ଏବଂ ଚାରିଟି ଖାଲି କାର୍ଟ୍ରିଜ୍‌ ଜବତ ହୋଇଥିବା ପୁଲିସ କହିଛି। ଶିବେନ୍ଦ୍ର ତିୱାରୀଙ୍କ ପତ୍ନୀ ରୁଚି ତିୱାରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଏଥିରେ ହତ୍ୟା ଓ ଦଙ୍ଗା ସମେତ ବିଭିନ୍ନ ଅଭିଯୋଗରେ ଆଠ ଜଣଙ୍କ ନାମ ରହିଛି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ପୁଲିସ କମିସନର ତରୁଣ ଗୌବା ସାଦତଗଞ୍ଜ ଥାନା ଅଧିକାରୀ ସନ୍ତୋଷ କୁମାର ଆର୍ଯ୍ୟ ଏବଂ କାଶ୍ମୀରୀ ମୋହଲ୍ଲା ପୁଲିସ ଫାଣ୍ଡି ଦାୟିତ୍ୱରେ ଥିବା ଉପନିରୀକ୍ଷକ ଅଜୟ କୁମାର ଚୌରାସିଆଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାରେ ପୁଲିସର ପୂର୍ବ କାର୍ଯ୍ୟାନୁଷ୍ଠାନ ଓ ସମ୍ଭାବ୍ୟ ଅବହେଳାର ତଦନ୍ତ ମଧ୍ୟ ଚାଲିଛି। ଏହି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ପୀଡ଼ିତ ପରିବାର ନ୍ୟାୟ ଦାବି କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button