ମାଲେ: ଇରାନ ପରେ ଇହୁଦୀ ସମ୍ପ୍ରଦାୟର ନଜର ଏବେ ମାଲେସିଆଉପରେ ରହିଛି। ଇସ୍ରାଏଲ ସହିତ ଜଡିତ ଏକ ଇହୁଦୀ ସଂଗଠନ ମାଲେସିଆରେ ଏକ କ୍ଷମତା ଦଖଲ ବିଦ୍ରୋହ ଉଦ୍ୟମ ଆରମ୍ଭ କରିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏହି ଅଭିଯୋଗ ଆଣିଛନ୍ତି। ଇବ୍ରାହିମ ଦାବି କରିଛନ୍ତି ଯେ, ଏହି ଇହୁଦୀ ଗୋଷ୍ଠୀ ବ୍ଲୁମବର୍ଗ ମାଧ୍ୟମରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମାଲେସିଆ ବିଷୟରେ ନକାରାତ୍ମକ ଖବର ପ୍ରସାରଣ କରୁଛି, ଯାହା ଦ୍ୱାରା ଆମେରିକୀୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ। ଇବ୍ରାହିମ ବିଦ୍ରୋହ ଷଡ଼ଯନ୍ତ୍ରର ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି।
ଦି ଷ୍ଟାର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ମାଲେସିଆ ସଂସଦରେ ଭାଷଣ ଦେଇ ଅନୱର କହିଛନ୍ତି, ମୋ ସରକାରକୁ ଭାଙ୍ଗିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି। ଏହି ଷଡ଼ଯନ୍ତ୍ର ପଛରେ ଏକ ଇହୁଦୀ ଗୋଷ୍ଠୀ ରହିଛି। ଏହା ସହ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଓ କିଛି ସ୍ଥାନୀୟ ବିରୋଧୀ ନେତା ମଧ୍ୟ ଏଥିରେ ସାମିଲ ଅଛନ୍ତି। ମୁଁ ଏହା ହେବାକୁ ଦେବି ନାହିଁ। ମୁଁ ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀମାନଙ୍କୁ ଗିରଫ କରିବି।
ଅନୱର ଇବ୍ରାହିମ କହିଛନ୍ତି, ମୁଁ ଗାଜା ଓ ଇରାନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲି। ଏହି କାରଣରୁ, ଇହୂଦୀ ଗୋଷ୍ଠୀଗୁଡ଼ିକ ମୋତେ ଟାର୍ଗେଟ କରୁଛନ୍ତି। ଗାଜା ଓ ଇରାନ ଉପରେ କହିବା କ””ଣ ଅପରାଧ? ମୁଁ କହିବା ଜାରି ରଖିବି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ।
ସେ ମାଲେସିଆର ବିରୋଧୀ ଦଳକୁ ମଧ୍ୟ ସମାଲୋଚନା କରିଥିଲେ। ଅନୱର କହିଛନ୍ତି, ବିରୋଧୀ ଦଳ କ””ଣ ସରକାରକୁ ଭାଙ୍ଗିବା ପାଇଁ ଇହୂଦୀମାନଙ୍କ ସହ ମିଶିଛନ୍ତି? ମାଲେସିଆର ଲୋକମାନେ ଏପରି ଲୋକଙ୍କୁ କେବେ କ୍ଷମା କରିବେ ନାହିଁ। ୨୦୨୦ ଏବଂ ୨୦୨୧ରେ ମାଲେସିଆରେ ମଧ୍ୟ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାକୁ ନିନ୍ଦା କରିବାରେ ମାଲେସିଆ ପ୍ରଥମ ଦେଶ ଥିଲା। ମାଲେସିଆ ଖୋଲାଖୋଲି ଭାବରେ ଇରାନକୁ ସମର୍ଥନ କରିଥିଲା
ସୌଜନ୍ୟ ସମ୍ବାଦ
