Texas : ଇରାନ ସମର୍ଥକଙ୍କ ଆଖିବୁଜା ଗୁଳିଚାଳନା, ଭାରତୀୟ ଛାତ୍ରୀ ସବିତାଙ୍କ ସମେତ ୪ ମୃତ

ଆମେରିକାର ଟେକ୍ସାସ ରାଜ୍ୟର ରାଜଧାନୀ ଅଷ୍ଟିନରେ ଜଣେ ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଇବା ଘଟଣାରେ, ଭାରତୀୟ ବଂଶୋଦ୍ଭବ ୨୧ ବର୍ଷୀୟା ଛାତ୍ରୀ ସବିତା ଶାନଙ୍କ ସମେତ ମୋଟ ୪ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି

ଅଷ୍ଟିନ: ଆମେରିକାର ଟେକ୍ସାସ ରାଜ୍ୟର ରାଜଧାନୀ ଅଷ୍ଟିନରେ ଜଣେ ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଇବା ଘଟଣାରେ, ଭାରତୀୟ ବଂଶୋଦ୍ଭବ ୨୧ ବର୍ଷୀୟା ଛାତ୍ରୀ ସବିତା ଶାନଙ୍କ ସମେତ ମୋଟ ୪ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି। ଆକ୍ରମଣକାରୀ ଏକ ବିୟର ବଗିଚା ବାହାରେ ଅଟକି ସେଠାରେ ବସିଥିବା ଲୋକଙ୍କ ତଥା ପଥଚାରୀଙ୍କ ଉପରେ ପିସ୍ତଲ ଓ ରାଇଫଲ୍ରୁ ଗୁଳିଚାଳନା ପୁଲିସର ପକାର୍ଯ୍ୟାନୁଷ୍ଠାନରେ ୫୩ ବର୍ଷୀୟ ଆକ୍ରମଣକାରୀ ଣ୍ଡିଆଗା ଡାଏଗ୍ନେଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗୁଳିକାଣ୍ଡରେ ଅନ୍ୟ ଚଉଦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଛି।

ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରୀ ସବିତା ଶାନ ଚଳିତ ବର୍ଷ ସ୍ନାତକ ହେବାକୁ ଯାଉଥିଲେ। ଦୁନିଆକୁ ପରିବର୍ତ୍ତନ କରିବାର ବଡ଼ ସ୍ୱପ୍ନ ଦେଖିୁଥିଲେ। ସେ ଅର୍ଥନୀତି ଓ ପ୍ରବନ୍ଧନ ପାଠ୍ୟକ୍ରମ ଅଧ୍ୟୟନ କରୁଥିଲେ। ଅଷ୍ଟିନ୍ ତାମିଲ୍ ସଙ୍ଗମ୍ ଭଳି ସାମାଜିକ ସଂଗଠନରେ ଜଣେ ସ୍ୱେଚ୍ଛାସେବୀ ଭାବରେ ସକ୍ରିୟ ଭାବରେ ଜଡିତ ଥିଲେ। ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜିମ୍ ଡେଭିସ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଆକ୍ରମଣକାରୀ ଜଣେ ସେନେଗାଲି ପ୍ରବାସୀ ଥିଲେ ଯିଏ ଇରାନ ପତାକା ଏବଂ ଆଲ୍ଲାଙ୍କ ସମ୍ପତ୍ତି ଭଳି ସ୍ଲୋଗାନ ଲେଖାଥିବା ଏକ ଟି-ସାର୍ଟ ପିନ୍ଧିଥିଲେ। ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(ଏଫ୍‌ବିଆଇ) ଆକ୍ରମଣରେ କୌଣସି ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ସମ୍ଭାବନାର ତଦନ୍ତ କରୁଛି। ଆକ୍ରମଣକାରୀଙ୍କଠାରୁ ଏକ ପିସ୍ତଲ ଓ ରାଇଫଲ୍ ଜବତ କରାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version