ଭୁବନେଶ୍ୱର: ବିଡିଏ ପକ୍ଷରୁ ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏକାଧିକ ଜେସିବି ଜରିଆରେ ୪ ଘଣ୍ଟା ଧରି ଉଚ୍ଛେଦ ଜାରି ରହିଥିଲା ଓ ବହୁ କଂକ୍ରିଟ୍ ଘର ଭାଙ୍ଗି ମାଟିରେ ମିଶାଯାଇଛି। ବିଡିଏ ସୂଚନା ମୁତାବକ, ପ୍ଲଟ ନମ୍ବର-୨୪୩୦ରେ ୮୦୦ ଡେସିମାଲ୍ ସରକାରୀ ଜାଗା ରହିଛି। ଏଥିରୁ ୨ଶହ ଡେସିମାଲ୍ ଜାଗାକୁ ଜବରଦଖଲକାରୀମାନେ ମାଡ଼ି ବସିଥିଲେ। ଘର କରି କେଉଁଠି ଭଡ଼ା ଦେଇଥିଲେ ତ କେଉଁଠି ଦୋକାନ କରିଥିଲେ ଅବା ନିଜେ ରହୁଥିଲେ।
Mancheswar: ମଞ୍ଚେଶ୍ବରରୁ ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା କଂକ୍ରିଟ୍ କୋଠା, ଦୋକାନ
ବିଡିଏ ପକ୍ଷରୁ ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏକାଧିକ ଜେସିବି ଜରିଆରେ ୪ ଘଣ୍ଟା ଧରି ଉଚ୍ଛେଦ ଜାରି ରହିଥିଲା ଓ ବହୁ କଂକ୍ରିଟ୍ ଘର ଭାଙ୍ଗି ମାଟିରେ ମିଶାଯାଇଛି।
