Mandei: ମଣ୍ଡେଇ ଲୋକ ମହୋତ୍ସବ ଉଦ୍‌ଯାପିତ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

ନବରଂଗପୁର ଜିଲ୍ଲାସ୍ତରୀୟ ମଣ୍ଡେଇ ଲୋକ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମ‌ହେଶ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ।

ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲାସ୍ତରୀୟ ମଣ୍ଡେଇ ଲୋକ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ୟାରେ ନବରଂଗପୁରଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମ‌ହେଶ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ। ସଦିଛା, ଶୁଭକାମନା, ସହଯୋଗ, ଭାଇଚାରା ଯୋଗୁଁ ସଫଳ ହୋଇଛି ବୋଲି ସେ କହିଥିଲେ। ଏପରି ସହଯୋଗ ରହିଲେ ଯେତେବଡ କାର୍ଯ୍ୟକ୍ରମକୁ ବି ସଫଳ କରି ହେବ ବୋଲି ଜିଲ୍ଲାପାଳ କହିଥିଲେ। କାନ୍ଧକୁ କାନ୍ଧ ମିଳେଇବା ଯୋଗୁଁ ଏହା ସଫଳ ହୋଇଛି। ପୁଲିସ ଓ ଗଣମାଧ୍ୟମର ସହଯୋଗ ଯୋଗୁଁ ଏହା ସଫଳ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ମଣ୍ଡେଇ ମଂଚ ନିର୍ମାଣ କରାଯାଇଥିବା କଳାକାରଙ୍କୁ ପ୍ରଶଂସା କରିଥିଲେ। ସହରବାସୀଙ୍କ ସଦିଛା ଓ ସହଯୋଗ ଫଳରେ ଏହା ସଫଳ ହୋଇଛି, ମୁଁ ଋଣୀ ହୋଇଛି। ମାଁ,ଭଣ୍ଡାରଘରଣୀଙ୍କ ଜୟ ବୋଲି କହି ମା’ଭଣ୍ଡାରଘରଣୀଙ୍କ ଆର୍ଶିବାଦରୁ ଆଜି କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ଜିଲ୍ଲାପାଳ ଡ. ସ୍ବାଇଁ କହିଥିଲେ।

ମଞ୍ଚରେ ନାଚିଲେ ଅଧିକାରୀ

ୟୁନିକ୍ ପବ୍ଲିକ ସ୍କୁଲ, କିଡଜୀ ସ୍କୁଲ, ସ୍ମାର୍ଟଗୁରୁକୁଳ ସ୍ନାତକ ମହାବିଦ୍ୟାଳୟ, ଭୈରବ ଡାନ୍ସ ଗୃପ, ଭତରାସିରସୀ ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟ, ବାସିନୀ ଆଶ୍ରମ ସ୍କୁଲ, ହିର୍ଲୀ ଗୃପ, ଦଳେଇଗୁଡା ଡାନ୍ସ ଗୃପ, ଏବିସିଡି କୁସୁମି ଗ୍ରୁପ, ଏକେ ଡାନ୍ସ ଗୃପ, ଜିୟୁପିଏସ୍ ଏକ୍ସବୋର୍ଡ, ଜିଲ୍ଲାପେଚାଂକ ସିଲଟ୍ କ୍ରୀଡା ସଂଘ, ପୁରୁଷୋତ୍ତମ କଳାକେନ୍ଦ୍ର, ରାଜ ନୃତ୍ୟ ଦଳ, ଏନବି ଡାନ୍ସ ଷ୍ଟୁଡିଓ , ଓ ସାରେଗମା ଓର୍କେଷ୍ଟା ଦ୍ବାରା ଦର୍ଶକ ମାନେ ମତୁଆଲା ହୋଇଥିଲା। ଏହି ଅବସରରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ଝୋଟି (ରଙ୍ଗୋଲି), ଅଲୋକଚିତ୍ର(ଫଟୋଗ୍ରାପୀ) ପ୍ରତିଯୋଗିତା, ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସହ ବିଭିନ୍ନ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଣ୍ଡେଇର ତ୍ୟାଗ ଓ ଅବଦାନ ପାଇଁ ମନୋଜ ପଟ୍ଟନାୟକ, ଡ. ସଂଞୁକ୍ତା ପଣ୍ଡା, ସୀମାଂଚଳ ରଥ, ଜନାବ ଇଲିଆସ୍, ଦେବଦାସ ମହାଙ୍କୁଡ, ଜି.ଭିଭି ରଂଜିତା, ଇଂ. ଚନ୍ଦନା ମଲ୍ଲୀକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସମସ୍ତ ଅଧିକାରୀ ମାନେ ଆଦିବାସୀ ଲୋକନୃତ୍ୟରେ ମଂଚରେ ନାଚ କରି ମଂଚକୁ ଦୁଲକାଇ ଥିଲେ।

ସୌଜନ୍ୟ ସମ୍ବାଦ

Exit mobile version