ଦେଶ ବିଦେଶ

Manipur: ମଣିପୁରରେ ପୁଣି ହିଂସା ତେଜିଲା: ୨ କୁକି ଗ୍ରାମରେ ଭୟଙ୍କର ସଂଘର୍ଷ, ଗୁଳିମାଡ଼‌ରେ ଗର୍ଭବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ମଣିପୁରରେ ପୁଣି ହିଂସା ଉଗ୍ର ରୂପ ନେଇଛି। ରାଜ୍ୟର ୨ଟି ଗ୍ରାମରେ ଭୟଙ୍କର ସଂଘର୍ଷ ଉପୁଜିଛି। ତାମେଙ୍ଗଲଙ୍ଗ ଓ ନୋନି ଜିଲ୍ଲାରେ ଗୁଳିମାଡ଼ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଇମ୍ଫାଲ: ମଣିପୁରରେ ପୁଣି ହିଂସା ଉଗ୍ର ରୂପ ନେଇଛି। ରାଜ୍ୟର ୨ଟି ଗ୍ରାମରେ ଭୟଙ୍କର ସଂଘର୍ଷ ଉପୁଜିଛି। ତାମେଙ୍ଗଲଙ୍ଗ ଓ ନୋନି ଜିଲ୍ଲାରେ ଗୁଳିମାଡ଼ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତାମେଙ୍ଗଲଙ୍ଗ ଜିଲ୍ଲାରେ ଜଣେ ୬ ବର୍ଷୀୟ ଶିଶୁ ଅନାଥ ହୋଇଯାଇଛି। ଗୁଳିମାଡ଼ରେ ଶିଶୁର ବାପାମା’ଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ୬ ବର୍ଷୀୟ ଶିଶୁ ମଧ୍ୟ ଗୁଳିମାଡ଼ର ଶିକାର ହୋଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ପ୍ରଥମ ଆକ୍ରମଣରେ ଭୋର୍‌ ପ୍ରାୟ ୪ଟା ସମୟରେ ତାମେଙ୍ଗଲଙ୍ଗ ଏଲ୍‌ ଟୋଲ୍ଲେନ ଗ୍ରାମରେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଏଥିରେ ୪୨ ବର୍ଷୀୟ ଲିଙ୍ଗଜାଙ୍ଗାଇ ସିଙ୍ଗସିତ, ତାଙ୍କ ସ୍ବାମୀ ତଥା ୫୪ ବର୍ଷୀୟ ଶିକୋନେ ସିଙ୍ଗସିତ ଏବଂ ସେମାନଙ୍କ ୬ ବର୍ଷୀୟ ପୁୟ ଉପରକୁ ଗୁଳିମାଡ଼ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଲିଙ୍ଗଜାଙ୍ଗାଇଙ୍କ ମୃତ୍ୟୁ ହୋଇଗଲା।

ଉଲ୍ଲେଖଯୋଗ୍ୟ ଯେ, କୁକି ସମ୍ପ୍ରଦାୟ ଦ୍ବାରା ‘କଳା ଦିବସ’ ପାଳନ କରାଯାଉଥିବା ଦିନ ଏହି ୨ଟି ଆକ୍ରମଣ ହୋଇଛି। ୧୯୯୦ ଦଶକରେ ହୋଇଥିବା ହିଂସା ସମୟରେ ଯେଉଁମାନଙ୍କୁ ହତ୍ୟା କରାଯାଇଥିବା ଏବଂ ବିସ୍ଥାପିତ କରାଯାଇଥିଲା ସେମାନଙ୍କୁ ସ୍ମରଣ କରି କୁକି ସମ୍ପ୍ରଦାୟ ପକ୍ଷରୁ ‘କଳା ଦିବସ’ ପାଳନ କରାଯାଇଥିଲା। ଏଲ୍‌ ଟୋଲ୍ଲେନ ଗ୍ରାମ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ଯେ ଏନଏସ୍‌ସିଏନ୍‌ (ଆଇଏମ୍‌) ଓ ଜେଡ୍‌ୟୁଏଫ୍‌ (କେ) ଏହି ଆକ୍ରମଣ ପାଇଁ ଦାୟୀ। ସେ କହିଛନ୍ତି, ଆମେ ଏନ୍‌ଏସସିଏନ୍‌ (ଆଇଏମ୍‌) ଅଧୀନରେ ୧୯୯୩ ରେ କୁକି ଲୋକଙ୍କ ପ୍ରତି ହୋଇଥିବା ହିଂସାର କ୍ଷତକୁ ଏବେ ବି ଭୁଲିନାହୁଁ।

ଏହି ଅମାନବୀୟ କାଣ୍ଡ ଆମ ପୁରୁଣା କ୍ଷତକୁ ପୁଣି ମନେ ପକାଇ ଦେଇଛି। ଏଲ୍‌ ଟୋଲ୍ଲେନ ଓ ନିକଟସ୍ଥ କୁକି ଗ୍ରାମଗୁଡ଼ିକରେ ଅତିରିକ୍ତ କେନ୍ଦ୍ରୀୟ ବାହିନୀ ମୁତୟନ ସହ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ପ୍ରତି ଆକ୍ରମଣରେ ତାମେଙ୍ଗଲଙ୍ଗ ଜିଲ୍ଲାର ଖେଦାଘରରେ ୪ଟି ନାଗା ଗ୍ରାମରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୭ କିମି ଦୂରରେ ଏହି ଘଟଣା ଘଟିଛି। ଏଲ୍‌ ଟୋଲ୍ଲେନ ଗ୍ରାମ ସିଏସ୍ଏଫ୍‌ ମୁତୟନଠାରୁ ମାତ୍ର କିଛି ମିଟର ଦୂରରେ ଥିବାରୁ ଏହା ବଡ଼ ଚିନ୍ତାର କାରଣ। ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ ମଧ୍ୟ ଏହି ହତ୍ୟା ଘଟଣା‌କୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ନିରୀହ ନାଗରିକଙ୍କ ବିରୋଧରେ ହିଂସା ଏହା ଏକ ଭୀରୁତାପୂର୍ଣ୍ଣ କାର୍ଯ୍ୟ ଏବଂ ଏହା ଅଗ୍ରହଣୀୟ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button