ଦେଶ ବିଦେଶ

Manipur: ମଣିପୁରରେ ପୁଣି ହିଂସା ତେଜିଲା: ୪ କୁକିଙ୍କୁ ହତ୍ୟା, ‌ଫେବ୍ରୁଆରିରୁ ଏଯାବତ୍ ମୃତ୍ୟୁସଂଖ୍ୟା ୩୬ରେ ପହଞ୍ଚିଲା

ମଣିପୁରରେ ପୁଣି ହିଂସା ତେଜିବାରେ ଲାଗିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ମଣିପୁରରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। କୁକି ପ୍ରାଧାନ୍ୟ କାଙ୍ଗପୋକ୍‌ପି ଜିଲ୍ଲାରେ ଆଜି କିଛି ନାଗା ସଶସ୍ତ୍ର ଗୋଷ୍ଠୀ କୁକି ସମ୍ପ୍ରଦାୟର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଗୌହାଟୀ: ମଣିପୁରରେ ପୁଣି ହିଂସା ତେଜିବାରେ ଲାଗିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ମଣିପୁରରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। କୁକି ପ୍ରାଧାନ୍ୟ କାଙ୍ଗପୋକ୍‌ପି ଜିଲ୍ଲାରେ ଆଜି କିଛି ନାଗା ସଶସ୍ତ୍ର ଗୋଷ୍ଠୀ କୁକି ସମ୍ପ୍ରଦାୟର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁକି ସଂଗଠନଗୁଡ଼ିକ କହିଛନ୍ତି, ଏନ୍ଏସ୍‌ସିଏନ୍‌-ଆଇଏମ୍‌ ଏବଂ ଜେଡ୍‌ୟୁଏଫ୍‌(କେ) ଅନୁଯାୟୀ ସଶସ୍ତ୍ର ନାଗା ଗୋଷ୍ଠୀ ଆଜି ସକାଳ ପ୍ରାୟ ୮ଟା ସମୟରେ ତେଇଖାଙ୍ଗ ଗ୍ରାମରେ କୁକି ସମ୍ପ୍ରଦାୟର ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହି ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଜଣେ ଆହତଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ତୀବ୍ର ବିରୋଧ କରି ତ୍ବିଲାଙ୍ଗ ଅଞ୍ଚଳ କୁକି ସିଏସ୍‌ଓ କାର୍ଯ୍ୟକାରିଣୀ କମିଟି ଦାବି କରିଛି ଯେ, ଏନ୍‌ଏସ୍‌ସିଏନ୍‌(ଆଇଏମ୍‌) ଏବଂ ଜେଡୟୁଏଫ୍‌(କେ)ର ସମ୍ପୃକ୍ତି ସଂକ୍ରାନ୍ତରେ ତୁରନ୍ତ ତଦନ୍ତ ହେବା ଉଚିତ। ତେବେ ପୁଲିସ ଏଯାବତ୍ ଏହି ମାମଲାରେ କୌଣସି ଗୋଷ୍ଠୀକୁ ଦାୟୀ କରିନାହିଁ। ଉଲ୍ଲେଖଯୋଗ୍ୟ, ଆଜିର ଏହି ଗୁଳିକାଣ୍ଡ ସହ ମଣିପୁରରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୬ରେ ପହଞ୍ଚିଛି। ଅଗଷ୍ଟ ୨୭ ତାରିଖରେ ମଧ୍ୟ ୪ ଜଣ ନାଗା ସମ୍ପ୍ରଦାୟର ସଦସ୍ୟଙ୍କୁ ସମାନ ଢଙ୍ଗରେ ଗୁଳି କରି ହତ୍ୟା କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button