ଦେଶ ବିଦେଶ

Modi-Putin: ବିଶକେକ୍‌ରେ ମୋଦୀ-ପୁଟିନ ସାକ୍ଷାତ୍‌, ଇରାନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଆଲୋଚନା

ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍‌ କରିଛନ୍ତି।

ବିଶ୍କେକ୍‌: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହା ସହ ମୋଦୀ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କୁ ମଧ୍ୟ ଭେଟିଛନ୍ତି। ଦୁଇଟି ଦ୍ୱିପାକ୍ଷିକ ବୈଠକରେ ଭାରତର ରୁଷ୍ ଓ ଇରାନ ସହ ସମ୍ପର୍କ ସମେତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମୋଦୀ-ପୁଟିନ ସାକ୍ଷାତ୍‌ ଏସ୍‌ସିଓ ସମ୍ମିଳନୀର ପାର୍ଶ୍ୱରେ ହୋଇଥିଲା। ରୁଷ୍‌ ପକ୍ଷରୁ ଭାରତ ସହ ସମ୍ପର୍କ ଆହୁରି ମଜଭୁତ ହେଉଥିବା ନେଇ ପୁଟିନଙ୍କ ମତ ଦେଇଥିଲେ। ଏହି ସାକ୍ଷାତ୍‌ରେ ଦୁଇ ଦେଶର ସହଯୋଗର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ହୋଇଥିଲା। ଏହା ସହ ଏସ୍‌ସିଓରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମଧ୍ୟ ଉପସ୍ଥିତ ଅଛନ୍ତି। ପୁଟିନ ଓ ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ମଧ୍ୟ ପାର୍ଶ୍ୱ ବୈଠକ ହୋଇଛି।

ଏହା ପୂର୍ବରୁ ମୋଦୀ ଇରାନ ରାଷ୍ଟ୍ରପତି ପେଜେସ୍କିଆନଙ୍କୁ ଭେଟିଥିଲେ। ଦୁଇ ବର୍ଷ ପରେ ଏହା ଦୁଇ ନେତାଙ୍କ ପ୍ରଥମ ସାକ୍ଷାତ୍‌। ବୈଠକରେ ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କ ଓ ପଶ୍ଚିମ ଏସିଆର ବର୍ତ୍ତମାନ ସ୍ଥିତି ନେଇ ଆଲୋଚନା ହୋଇଥିଲା। ମୋଦୀ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ଇରାନ ସହ ବାଣିଜ୍ୟ ସମ୍ପର୍କକୁ ବଢ଼ାଇବା ସହ ଏହାକୁ ଆହୁରି ବହୁମୁଖୀ କରିବାକୁ ଚାହୁଛି। ପେଜେସ୍କିଆନ କହିଛନ୍ତି ଯେ ଦୀର୍ଘସ୍ଥାୟୀ ଯୁଦ୍ଧ କାହାରି ସ୍ୱାର୍ଥରେ ନୁହେଁ ଏବଂ ଆଲୋଚନା ଓ ସହଯୋଗ ମାଧ୍ୟମରେ ସମସ୍ୟାର ସମାଧାନ ହେବା ଆବଶ୍ୟକ।

ଆମେରିକା-ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଏବଂ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ବୈଠକ ହୋଇଛି। ଭାରତ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଆଲୋଚନା ଓ କୂଟନୈତିକ ମାର୍ଗ ଉପରେ ଗୁରୁତ୍ବ ଦିଆଯାଇଛି। ହର୍ମୁଜ୍‌ ପ୍ରଣାଳୀର ଗୁରୁତ୍ବ ଦୃଷ୍ଟିରୁ ପଶ୍ଚିମ ଏସିଆର ସ୍ଥିରତା ଭାରତ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ମୋଦୀ ସୋମବାର ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍ୟାନଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଦୁଇ ନେତା ପ୍ରତିରକ୍ଷା, ଅର୍ଥନୀତି, ଫାର୍ମା, ବିଜ୍ଞାନ ଓ ପ୍ରଯୁକ୍ତି, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଥିଲେ। ଏସ୍‌ସିଓ ଶିଖର ସମ୍ମିଳନୀ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ବିଶକେକ୍‌ରେ ଅନୁଷ୍ଠିତ ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button