Marriage: ବିବାହ ପୂର୍ବର ବିଚ୍ଛେଦ
ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ଼ଭାନୀ ବଲିଉଡ୍ର ଏମିତି ଏକ ଚର୍ଚ୍ଚିତ ଦମ୍ପତି, ଯାହାଙ୍କ ପ୍ରେମ କାହାଣୀ ପରଦାରୁ ଆରମ୍ଭ ହୋଇ ବାସ୍ତବ ଜୀବନରେ ବିବାହର ରୂପ ନେଇଛି।

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ଼ଭାନୀ ବଲିଉଡ୍ର ଏମିତି ଏକ ଚର୍ଚ୍ଚିତ ଦମ୍ପତି, ଯାହାଙ୍କ ପ୍ରେମ କାହାଣୀ ପରଦାରୁ ଆରମ୍ଭ ହୋଇ ବାସ୍ତବ ଜୀବନରେ ବିବାହର ରୂପ ନେଇଛି। ସେମାନଙ୍କ ଜୀବନର ଏକ ଅଜଣା ଅଧ୍ୟାୟ ଏବେ ସାମ୍ନାକୁ ଆସିଛି। ଦୁହିଁଙ୍କ ପ୍ରେମ ସଂପର୍କରେ ବିବାହ ପୂର୍ବରୁ ଥରେ ବିଚ୍ଛେଦ ବି ଘଟିଥିଲା। ଯାହାକୁ ନେଇ ନିଜେ କିଆରା ଖୁଲାସା କରିଛନ୍ତି। ନିର୍ଦ୍ଦେଶକ କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ’ ‘କଫି ୱିଥ୍ କରଣ’ର ନବମ ସଂସ୍କରଣରେ ଯୋଗଦେଇ ଏହି କଥା ପ୍ରକାଶ କରିଛନ୍ତି ଅଭିନେତ୍ରୀ କିଆରା।
କିଆରାଙ୍କ କହିବାନୁସାରେ, ଦୁହିଁଙ୍କ ଜୀବନରେ ବିଭିନ୍ନ ପର୍ଯ୍ୟାୟ ଆସିଛି। ଗୋଟାଏ ସମୟରେ ସିଦ୍ଧାର୍ଥ ନିଜ କ୍ୟାରିୟର୍କୁ ନେଇ ବ୍ୟସ୍ତ ଥିବାବେଳେ ସଂପର୍କକୁ ନେଇ ଖୁବ୍ ଦ୍ବନ୍ଦ୍ବରେ ରହୁଥିଲେ। କେବେ କିଆରାଙ୍କ ପ୍ରତି ଖୁବ୍ ଆତ୍ମୀୟତା ପ୍ରଦର୍ଶନ କରୁଥିଲେ ତ ପୁଣି କେବେ ଶିଥିଳ ଆଚରଣ ଦେଖାଉଥିଲେ। ମାତ୍ର କିଆରା ସଂପର୍କକୁ ନେଇ ସ୍ପଷ୍ଟତା ଚାହୁଥିଲେ। ସିଦ୍ଧାର୍ଥଙ୍କ ବ୍ୟବହାରରେ ଅତିଷ୍ଠ ହୋଇ କିଆରା ତାଙ୍କୁ ସ୍ପଷ୍ଟ ନିଷ୍ପତ୍ତି ନେବାକୁ କହିଥିଲେ।
ଥରେ ଫିଲ୍ମ ସୁଟିଂ କାମରେ ସିଦ୍ଧାର୍ଥ କାର୍ଗିଲ ଯିବା ପୂର୍ବରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଘଟଣା କିଛି ଅଲଗା ଘଟିଲା। କାର୍ଗିଲରେ ଥିବା ସମୟରେ ସିଦ୍ଧାର୍ଥ ପ୍ରତି ରାତିରେ କିଆରାଙ୍କୁ ଫୋନ୍ ଓ ମେସେଜ୍ କରୁଥିଲେ। ସିଦ୍ଧାର୍ଥଙ୍କ ଆଚରଣରୁ କିଆରା ବିଚ୍ଛେଦ ନିଷ୍ପତ୍ତିକୁ ନେଇ ସନ୍ଦେହ କରିଥିଲେ। ତା’ ପରେ ପରେ ଦୁହିଁଙ୍କ ସଂପର୍କ ପୁଣି ଥରେ ସ୍ବାଭାବିକ ହୋଇଥିଲା। ଦୁହେଁ ପରସ୍ପରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ସୌଜନ୍ୟ ସମ୍ବାଦ




