ମନୋରଞ୍ଜନ

‘Ramayana’ : ବକ୍ସ ଅଫିସ୍‌ରେ ‘ରାମାୟଣ’ର ଜବରଦସ୍ତ ପ୍ରଦର୍ଶନ: ରିଲିଜ୍‌ ହେବାର ମାତ୍ର ୮ ଦିନ ମଧ୍ୟରେ ହଜାରେ କୋଟି ଟପିଲା

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ହେବାର ମାତ୍ର ୮ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୧,୦୩୩.୫୫ କୋଟି ଟଙ୍କାର ଗ୍ରସ୍‌ କଲେକ୍ସନ କରିଛି।

ମୁମ୍ବାଇ: ରଣବୀରକପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ହେବାର ମାତ୍ର ୮ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୧,୦୩୩.୫୫ କୋଟି ଟଙ୍କାର ଗ୍ରସ୍‌ କଲେକ୍ସନ କରିଛି। ଭାରତରେ ଫିଲ୍ମର ଆୟ ୬୭୫.୦୫ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ବିଦେଶରେ ମଧ୍ୟ ଏହାକୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ବିଶେଷ କଥା ହେଉଛି, ଫିଲ୍ମର ହିନ୍ଦୀ ଭର୍ସନ ସବୁଠାରୁ ଆଗରେ ରହିଛି।

‘ରାମାୟଣ’ ରିଲିଜ୍‌ର ଅଷ୍ଟମ ଦିନରେ ଭାରତରେ ୫୩.୫୦ କୋଟି ଟଙ୍କାର ନେଟ୍‌ କଲେକ୍ସନ କରିଛି। ତେବେ ସପ୍ତମ ଦିନର ୭୦.୬୫ କୋଟି ଟଙ୍କାର ଆୟ ତୁଳନାରେ ଅଷ୍ଟମ ଦିନରେ ଫିଲ୍ମର ଆୟ ପ୍ରାୟ ୨୪.୩ ପ୍ରତିଶତ ହ୍ରାସ ପାଇଛି। ଏହା ସତ୍ତ୍ୱେ ଫିଲ୍ମର ମୋଟ୍‌ ଭାରତୀୟ ନେଟ୍‌ କଲେକ୍ସନ ୫୬୪.୬୦ କୋଟି ଟଙ୍କାରେ ପହଞ୍ଚିଛି।

ସେହିପରି ଭାରତରେ ଫିଲ୍ମର ମୋଟ୍‌ ଗ୍ରସ୍‌ କଲେକ୍ସନ ୬୭୫.୦୫ କୋଟି ଟଙ୍କା ରହିଛି। ବିଦେଶୀ ବଜାରରୁ ଫିଲ୍ମଟି ୩୫୮.୫୦ କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଫିଲ୍ମର ବିଶ୍ୱବ୍ୟାପୀ ମୋଟ୍‌ ଗ୍ରସ୍‌ କଲେକ୍ସନ ୧,୦୩୩.୫୫ କୋଟି ଟଙ୍କାରେ ପହଞ୍ଚିଛି।

ହିନ୍ଦୀରେ ସର୍ବାଧିକ ଆୟ, ଅନ୍ୟ ଭାଷାରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ

ଭାଷା ଅନୁସାରେ ଫିଲ୍ମର ଆୟ ଉପରେ ନଜର ପକାଇଲେ, ହିନ୍ଦୀ ଭର୍ସନ ସବୁଠାରୁ ଆଗରେ ରହିଛି। ହିନ୍ଦୀରେ ଫିଲ୍ମଟି ଏଯାଏଁ ୪୩୭ କୋଟି ଟଙ୍କାର ନେଟ୍‌ କଲେକ୍ସନ କରିଛି। ଏହା ବ୍ୟତୀତ କନ୍ନଡ଼ରେ ୪୮.୯୫ କୋଟି, ତେଲୁଗୁରେ ୩୮.୦୫ କୋଟି, ତାମିଲରେ ୨୨.୧୫ କୋଟି ଏବଂ ମାଲାୟଲମ୍‌ରେ ୧୮.୪୫ କୋଟି ଟଙ୍କା ଆୟ କରିଛି।

ପ୍ରଥମ ୮ ଦିନରେ ଫିଲ୍ମର ମୋଟ୍‌ ଭାରତୀୟ ନେଟ୍‌ କଲେକ୍ସନ ୫୬୪.୬୦ କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ଦିନରେ ‘ରାମାୟଣ’ ବକ୍ସ ଅଫିସ୍‌ରେ ଆଉ କେଉଁ କେଉଁ ନୂଆ ରେକର୍ଡ ସୃଷ୍ଟି କରୁଛି, ତାହା ଦେଖିବାକୁ ବାକି ରହିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button