ଜିଲ୍ଲାରାଜ୍ୟ
Massive Fire: ଗଦି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
କଟକ ଜିଲ୍ଲା ସାଲେପୁର ରାସ୍ତା ପଦମପୁର ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ । ନିଆଁ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଫ୍ୟାକ୍ଟ୍ରିକୁ କବଳିତ କରିଥିଲା ।

କଟକ: କଟକ ଜିଲ୍ଲା ସାଲେପୁର ରାସ୍ତା ପଦ୍ମପୁର ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ।
ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି
ନିଆଁ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଫ୍ୟାକ୍ଟ୍ରିକୁ କବଳିତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗଦି, କଞ୍ଚାମାଲ ଓ ଯନ୍ତ୍ରପାତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀର ଛଅଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ସୌଜନ୍ୟ ସମ୍ବାଦ




