Mining Raid Joda ପିଢ଼ପୋଖରୀ- ମାଲାଙ୍ଗଟୋଲି ସଂରକ୍ଷିତ ଜଙ୍ଗଲରେ ଚଢ଼ଉ: ୩ଟି ଚୋରା ଲୁହାପଥର ବୋଝଇ ଟ୍ରକ୍ ଜବତ, ୪ ଡ୍ରାଇଭର ଅଟକ

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ପିଢ଼ପୋଖରୀ - ମାଲାଙ୍ଗଟୋଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆଜି ଭୋର ସମୟରେ ଖଣି ବିଭାଗର ତିନିଟି ଟିମ୍ ଚଢ଼ଉ କରି ତିନୋଟି ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ କରିବା ସହିତ ୪ ଜଣ trucks ଡ଼୍ରାଇଭରଙ୍କୁ ଅଟକ ରଖିଛି।

ଟ୍ରକ୍ ଜବତ କରିବା ସହିତ ୪ ଜଣ ଟ୍ରକ୍ ଡ଼୍ରାଇଭରଙ୍କୁ ଅଟକ ରଖିଛି।  ଜବତ ଟ୍ରକ ନମ୍ବର ଗୁଡିକ ହେଉଛି ଜେଏଚ – ୧୦   ଡିବି  ୫୭୭୭, ଓଡି୦୯ ଭି ୯୪୯୪ ଓ ଓଡ଼ି ୦୯ ଭି ୭୪୯୪ ରହିଛି|

ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୋଡ଼ା ଖଣି ମଣ୍ଡଳର ଏହି ସୀମାନ୍ତ ଅଞ୍ଚଳରୁ ଲୁହାପଥର ଉତ୍ତୋଳନ କରାଯାଇ ସୁନ୍ଦରଗଡ଼ ଜିଲ୍ଲାକୁ ଟ୍ରକ୍ ଯୋଗେ ଖଣି ମାଫିଆ ମାନେ ଚୋରା ଚାଲାଣ କରିଥିଲେ। ଏନେଇ ଖବର ପାଇ ଖଣି ବିଭାଗ ପକ୍ଷରୁ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ବିଶ୍ଵରଞ୍ଜନ ସେଠୀଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ୍ ଚଢାଉ କରିଥିଲା। ଯୋଡ଼ା ଖଣି ଅଧିକାରୀ ଭକ୍ତବନ୍ଧୁ ପାତ୍ର, କନିଷ୍ଠ ଖଣି ଅଧିକାରୀ ଏନସି ପଟୱାର ସିଂ, ଆଲୋକ ମହାପାତ୍ର, ପ୍ରଦୀପ ରାଉତ, ଆଜାଦ ପ୍ରସାଦ ନାଏକ ଓ ସ୍ଵାଧୀନ ରାଉତ ସାମିଲ ଥିଲେ। ଏହି ଟିମ୍ ନିୟମିତ ଭାବେ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢଉ ଜାରି ରଖିଛି। ଜବତ ହୋଇଥିବା ତିନୋଟି ଟ୍ରକରେ ୧୨୦ ଟନ୍ ଲୁହାପଥର ଚୋରା ଚାଲାଣ କରାଯାଉଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।

କାରବାରରେ କିଏ ସମ୍ପୃକ୍ତ, ସେ ନେଇ ତନାଘନା ଆରମ୍ଭ
ଖଣି ମାଫିଆମାନେ ସଂଗଠିତ ହୋଇ ଉକ୍ତ ଜଙ୍ଗଲ ଅଞ୍ଚଳରେ ଚୋରାରେ ଲୁହାପଥର ଉତ୍ତୋଳନ କରିବା ସହିତ ବିଭିନ୍ନ ସ୍ଥାନକୁ ଚୋରା ପରିବହନ କରୁଥିଲେ। ଆଜି ଚଢାଉ ସମୟରେ ଏହି କାରବାରରେ ସମ୍ପୃକ୍ତ ଥିବା ଖଣି ମାଫିଆମାନଙ୍କୁ ଖଣି ବିଭାଗ ଧରିବାରେ ସକ୍ଷମ ହୋଇ ପାରିନଥିଲା। ଜବତ କରାଯାଇଥିବା ଟ୍ରକର ୪ ଜଣ ଡ଼୍ରାଇଭରଙ୍କୁ ଅଟକ ରଖି ଏହି ଲୁହାପଥର କେଉଁ ସ୍ଥାନକୁ ଯାଉଥିଲା ଏବଂ ଏହି କାରବାରରେ କିଏ ସମ୍ପୃକ୍ତ ରହିଛି ସେ ନେଇ ତନାଘନା ଆରମ୍ଭ କରିଛି। ଖଣି ବିଭାଗ ଦ୍ଵାରା ଅଟକ ଥିବା ୪ ଜଣ ଡ଼୍ରାଇଭରଙ୍କୁ ବାମେବାରୀ ଥାନାରେ ହସ୍ତାନ୍ତର ପରେ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରିବ ବୋଲି ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version