ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଜାମଖାନୀ କୋଇଲା ଖଣିରେ ଡିସେମ୍ବର ୨ରୁ ୧୫ତାରିଖ ପର୍ଯ୍ୟନ୍ତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ର ଆୟୋଜନ କରିଛି । ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ଶ୍ରମିକ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟସ୍ଥଳରେ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରି କାର୍ଯ୍ୟକ୍ରମଟି “ଆପକା ପରିବାର ଆପକା ଇନ୍ତେଜାର କର ରହା ହୈ” ବିଷୟବସ୍ତୁ ଉପରେ ଧ୍ୟାନ ଦେଇଥିଲା। ଏହି ବିଷୟବସ୍ତୁ ଅନୁରୂପସୁରକ୍ଷା ଯାଞ୍ଚ, ସୁରକ୍ଷା କୁଇଜ୍, ପ୍ରାଥମିକ ଚିକିତ୍ସା ପ୍ରଦର୍ଶନ, ମକ୍ ଡ୍ରିଲ୍, ସଚେତନତା ଅଧିବେଶନ, ପଥପ୍ରାନ୍ତ ନାଟକ ଏବଂ ସୁରକ୍ଷା ଆଲୋଚନା ସମେତ ଅନେକ କାର୍ଯ୍ୟକଳାପ ହାତକୁ ନିଆଯାଇଥିଲା, ଯେଉଁଥିରେ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଉପରେ ସମସ୍ତ ଅଂଶୀଦାରଙ୍କୁ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ କରାଯାଇଥିଲା।
ଜଣେ ଆଇଏସ୍ଓ (ଆଭ୍ୟନ୍ତରୀଣ ସୁରକ୍ଷା ସଂଗଠନ) ପର୍ଯ୍ୟବେକ୍ଷକ ଏବଂ କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସମେତ ୧୦ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ବାହ୍ୟ ଏଏମ୍ଏସ୍ଏଫ୍ ଟିମ୍ ଦ୍ୱାରା ବ୍ୟାପକ ସୁରକ୍ଷା ଯାଞ୍ଚ କରାଯାଇଥିଲା।
ସୌଜନ୍ୟ ସମ୍ବାଦ