Minister’s house: ଯୋଗାଣ ମନ୍ତ୍ରୀଙ୍କ ଘରେ ସହାୟକଙ୍କ ମୃତଦେହ: ମୃତ୍ୟୁ ସନ୍ଦେହଜନକ, ପୁଲିସର ଛାନ୍‌ଭିନ୍‌

ଭୁବନେଶ୍ବର: ଆଜି ରାତିରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ତାଙ୍କ ସହାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ହେଲେ ବଲାଙ୍ଗୀରଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ(୪୬)। ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି। ବିଦ୍ୟୁତ୍‌ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି। ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।