କଟକ: ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀଙ୍କ ଛାତିରେ ଅପରେସନ୍ ଆବଶ୍ୟକ ଥିଲେ କାର୍ଡିଓଥୋରାସିକ୍ ଏବଂ ଭାସକୁଲାର୍ ସର୍ଜରି ବିଭାଗ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ସେମାନଙ୍କୁ ଛାତି ରୋଗ ବିଭାଗରୁ ଏହି ବିଭାଗକୁ ସ୍ଥାନାନ୍ତର କରାଯାଉଛି। ଯାହାଫଳରେ କାର୍ଡିଓଥୋରାସିକ୍ ବିଭାଗରେ ସଂକ୍ରମଣ ଆଶଙ୍କା ବଢ଼ିଯାଇଥିଲା। ଏଭଳି ସ୍ଥିତିର ମୁକାବିଲା ପାଇଁ ଛାତି ରୋଗ ବିଭାଗରେ ପ୍ରଥମ ଥର ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଥର ପାଇଁ କଟକର ଜଣେ ଯକ୍ଷ୍ମା ରୋଗୀଙ୍କର ଏଠାରେ ଅସ୍ତ୍ରୋପଚାର କରାଯାଇଛି। ଏସ୍ସିବି ମେଡିକାଲ୍ କଲେଜର ଛାତି ରୋଗ ବିଭାଗରେ ପୂର୍ବରୁ ବ୍ରୋଙ୍କୋସ୍କୋପି, ଥୋରାକୋସ୍କୋପି ଓ ଛାତିରୁ ପାଣି ଟଣା ଇତ୍ୟାଦି ଚିକିତ୍ସା କରାଯାଉଥିଲା। କିନ୍ତୁ ଯେଉଁ ଯକ୍ଷ୍ମା ରୋଗୀଙ୍କ ଛାତିର ଅସ୍ତ୍ରୋପଚାର ଆବଶ୍ୟକ ରହୁଥିଲା ସେମାନଙ୍କୁ କାର୍ଡିଓଥୋରାସିକ୍ ଓ ଭାସକୁଲାର୍ ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଉଥିଲା। ମାସକୁ ପ୍ରାୟ ୫ଟି ଅସ୍ତ୍ରୋପଚାର ସେଠାରେ ହେଉଥିଲା। କାର୍ଡିଓଥୋରାସିକ୍ ଓ ଭାସକୁଲାର ସର୍ଜରି ବିଭାଗରେ ଯକ୍ଷ୍ମା ରୋଗୀ ଭର୍ତ୍ତି ହେବା ଫଳରେ ସଂକ୍ରମଣର ଭୟ ରହୁଥିଲା। ସେଠାକୁ ଆସୁଥିବା ଅନ୍ୟ ରୋଗୀଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଉଥିଲା।
Modular OT: ଯକ୍ଷ୍ମାରୋଗୀଙ୍କ ପ୍ରଥମ ଅସ୍ତ୍ରୋପଚାର, ଖୋଲିଲା ମଡ୍ୟୁଲାର ଓଟି
ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀଙ୍କ ଛାତିରେ ଅପରେସନ୍ ଆବଶ୍ୟକ ଥିଲେ କାର୍ଡିଓଥୋରାସିକ୍ ଏବଂ ଭାସକୁଲାର୍ ସର୍ଜରି ବିଭାଗ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ସେମାନଙ୍କୁ ଛାତି ରୋଗ ବିଭାଗରୁ ଏହି ବିଭାଗକୁ ସ୍ଥାନାନ୍ତର କରାଯାଉଛି।
