ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଟ୍ରିପଲ୍ ମର୍ଡର ହୋଇଛି। ଜଣେ ବ୍ୟକ୍ତି ଏକ ହାତୁଡି ସାହାଯ୍ୟରେ ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କ ନାମ ରମେଶ ଗରିଆ (୫୨) ହୋଇଥିବାବେଳେ ଏକ ହାତୁଡ଼ି ସାହାଯ୍ୟରେ ନିଜର ସ୍ତ୍ରୀ,ବୋହୁ ଓ ନାତୁଣୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି।
ଗତ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ରମେଶ ହାତୁଡ଼ି ସାହାଯ୍ୟରେ ସ୍ତ୍ରୀ ଗୁଲଗରିଆ (୪୨),ବୋହୁ ଲିପି ମହାକୁଳ (୨୪), ନାତୁଣୀ ଇଶାନୀ ଗରିଆ (୪) ଙ୍କୁ ପିଟି ପିଟି ହତ୍ୟା କରିଛି। ପୁଅ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ରମେଶ ଫେରାର ଥିବା ଜଣା ପଡ଼ିଛି। ଏଭଳି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ
