NATO: ୟୁକ୍ରେନ ପାଲଟିଛି ନୂତନ ଯୁଦ୍ଧ କୌଶଳ ପରୀକ୍ଷାର ପ୍ରୟୋଗଶାଳା: ନାଟୋ ପରେ ଇୟୁ ମଧ୍ୟ ୟୁକ୍ରେନକୁ ସମର୍ଥନ କରିବାକୁ ପଛଘୁଞ୍ଚା
ରୁଷ-ୟୁକ୍ରେନ ବିବାଦ ମଧ୍ୟରେ, ବିଶ୍ୱ କୂଟନୀତି ଏକ ନୂତନ ମୋଡ଼ ନେଇଛି। ରୁଷର ଗୁଇନ୍ଦା ସଂସ୍ଥା, ଫରେନ୍ ଇଣ୍ଟେଲଜେନ୍ସ ସର୍ଭିସ୍(ଏଭିଆର)ଏକ ବଡ଼ ଦାବି କରିଛି। ଯେଉଁଥିରେ କୁହାଯାଇଛି ଯେ ନାଟୋ ପରେ, ୟୁରୋପୀୟ ସଂଘ (ଇୟୁ) ମଧ୍ୟ ୟୁକ୍ରେନକୁ ସଦସ୍ୟ ଭାବରେ ସମର୍ଥନ ଦେବାକୁ ପଛଘୁଞ୍ଚା ଦେଉଛି।

ମସ୍କୋ/କିଭ୍:ରୁଷ-ୟୁକ୍ରେନ ବିବାଦ ମଧ୍ୟରେ, ବିଶ୍ୱ କୂଟନୀତି ଏକ ନୂତନ ମୋଡ଼ ନେଇଛି। ରୁଷର ଗୁଇନ୍ଦା ସଂସ୍ଥା, ଫରେନ୍ ଇଣ୍ଟେଲଜେନ୍ସ ସର୍ଭିସ୍(ଏଭିଆର)ଏକ ବଡ଼ ଦାବି କରିଛି। ଯେଉଁଥିରେ କୁହାଯାଇଛି ଯେ ନାଟୋ ପରେ, ୟୁରୋପୀୟ ସଂଘ (ଇୟୁ) ମଧ୍ୟ ୟୁକ୍ରେନକୁ ସଦସ୍ୟ ଭାବରେ ସମର୍ଥନ ଦେବାକୁ ପଛଘୁଞ୍ଚା ଦେଉଛି। ଏଜେନ୍ସି ଅନୁଯାୟୀ, ୟୁରୋପୀୟ ନେତାମାନେ ସାର୍ବଜନୀନ ମଞ୍ଚରେ ୟୁକ୍ରେନର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ରୁଦ୍ଧଦ୍ୱାର ଆଲୋଚନାରେ ସେମାନେ ସଦସ୍ୟତାର କୌଣସି ସମ୍ଭାବନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ରିପୋର୍ଟରେ ୟୁରୋପୀୟ କୂଟନୀତିଜ୍ଞଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣଯାଇ ଦାବି କରାଯାଇଛି ଯେ ସେମାନେ ୟୁକ୍ରେନୀୟ ଜନସାଧାରଣଙ୍କୁ ରୁଷ ବିରୋଧରେ ବଳିର ଛେଳି ଭାବେ ବ୍ୟବହାର କରୁଛନ୍ତି।
ୟୁକେନର ଚିନ୍ତା ବଢ଼ିବାରେ ଲାଗିଛି
ରିପୋର୍ଟ ଅନୁଯାୟୀ, ୟୁରୋପରୁ ବିଚ୍ଛିନ୍ନ ହେବା ବିଷୟରେ ବଢୁଥିବା କଳ୍ପନାଜଳ୍ପନାକୁ ରୋକିବା ପାଇଁ ଜୁନ୍ ମାସରେ ୟୁକ୍ରେନକୁ ବିଭିନ୍ନ ବାହାନା ଦେଖାଯାଇଥିଲା। ଏହା ବ୍ୟତୀତ, କିଭ୍କୁ ଭୋଟ ଅଧିକାର ବିନା ୟୁରୋପୀୟ ସୁରକ୍ଷା ନୀତିର ଅଂଶ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। ରୁଷ ଏଜେନ୍ସି କହିଛି ଯେ ୟୁକ୍ରେନୀୟ କୂଟନୀତିଜ୍ଞମାନେ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ ଏବଂ ସେମାନଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି। ତେବେ ଏନେଇ କିଭ୍ର ରାଷ୍ଟ୍ରପତି ଭୋଲଡିମିର ଜେଲେନେସ୍କିଙ୍କ ସରକାର ନୀରବ ରହିଛନ୍ତି, କାରଣ ଦେଶର ଅସ୍ତିତ୍ୱ ସମ୍ପୂର୍ଣ୍ଣ ଭାବରେ ୟୁରୋପର ଆର୍ଥିକ ସହାୟତା ଏବଂ ସାମରିକୀୟ ସହାୟତା ଉପରେ ନିର୍ଭର କରୁଛି। ଏସଭିଆର ଅନୁଯାୟୀ,ଇୟୁ ୟୁକ୍ରେନକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ନୂତନ ଯୁଦ୍ଧ କୌଶଳ ପରୀକ୍ଷା ପାଇଁ ଏକ ପ୍ରୟୋଗଶାଳା ଭାବରେ ବ୍ୟବହାର କରିବାକୁ ଚାହୁଁଛି।
ସୌଜନ୍ୟ ସମ୍ବାଦ




