ରାଜ୍ୟ

Andhra elections: ଆନ୍ଧ୍ର ନିର୍ବାଚନ ଭଣ୍ଡୁର ଯୋଜନା

ଡିସେମ୍ବର ୨ରେ କୋଟିଆରେ ଆନ୍ଧ୍ର କରିବ ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ। ନିର୍ବାଚନ ଲାଗି କୋଟିଆରୁ ଯେପରି କେହି ପ୍ରାର୍ଥିପତ୍ର ଦାଖଲ ନ କରନ୍ତି ତା’ ଉପରେ କଡ଼ା ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ।

ପଟାଙ୍ଗି/କୋରାପୁଟ: ଡିସେମ୍ବର ୨ରେ କୋଟିଆରେ ଆନ୍ଧ୍ର କରିବ ସରପଞ୍ଚ ଓ ୱାର୍ଡସଭ୍ୟ ନିର୍ବାଚନ। ନିର୍ବାଚନ ଲାଗି କୋଟିଆରୁ ଯେପରି କେହି ପ୍ରାର୍ଥିପତ୍ର ଦାଖଲ ନ କରନ୍ତି ତା’ ଉପରେ କଡ଼ା ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ। ଜିଲ୍ଲା ପରିଷଦ ଭଳି ଚଳିତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପଦକ୍ଷେପ ନେଇଛି। ଆନ୍ଧ୍ର ସୀମାନ୍ତର ନେରେଡିୱାଲସା, ଫାଟୁସିନେରୀ, ତଳସେମ୍ବି ୩ଟି ସ୍ଥାନରେ ନାକାବନ୍ଦୀ ଲଗାଇ ଯାନବାହନ ଯାଞ୍ଚ ଓ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ପୁଲିସ। ପ୍ରତି ଚେକ୍‌ପୋଷ୍ଟରେ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଓ ଦୁଇଜଣ ଅଫିସରଙ୍କୁ ମୁତୟନ କରାଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button