ଦେଶ ବିଦେଶ

NCP: ଏନ୍‌ସିପି ମିଶ୍ରଣକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଲେ ସୁନେତ୍ରା : ୨୦ରୁ ୨୨ ବିଧାୟକ ଦଳ ଛାଡ଼ିପାରନ୍ତି ବୋଲି ରାଉତଙ୍କ ଦାବି

ନ୍‌ସିପି ଓ ଏନ୍‌ସିପି (ଏସ୍‌ପି)ର ସମ୍ଭାବ୍ୟ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଏ ସଂକ୍ରାନ୍ତରେ ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ଏହାର ଉତ୍ତରରେ ସେ କହିଥିଲେ, ସମୟ ଆସିଲେ ଆପଣମାନେ ସମସ୍ତେ ସବୁକିଛି ଜାଣିବେ।

ମୁମ୍ବାଇ: ଏନ୍‌ସିପି ଓ ଏନ୍‌ସିପି (ଏସ୍‌ପି)ର ସମ୍ଭାବ୍ୟ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଏ ସଂକ୍ରାନ୍ତରେ ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ଏହାର ଉତ୍ତରରେ ସେ କହିଥିଲେ, ସମୟ ଆସିଲେ ଆପଣମାନେ ସମସ୍ତେ ସବୁକିଛି ଜାଣିବେ। ବାରାମତୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁନେତ୍ରା କହିଥିଲେ, ଆଜିର ସାମ୍ବାଦିକ ସମ୍ମିଳନୀ ଏକ ଭିନ୍ନ ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଛି।

ମୁଁ ଜାଣେ, ଆପଣମାନେ ସମସ୍ତେ ଅନ୍ୟ ଏକ ପ୍ରସଙ୍ଗକୁ ନେଇ ଉତ୍ସାହିତ ଅଛନ୍ତି। କିନ୍ତୁ ସମୟ ଆସିଲେ ସବୁକିଛି ଜାଣିପାରିବେ। ଇତିମଧ୍ୟରେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ସୁନେତ୍ରାଙ୍କ ଏନ୍‌ସିପିର ୨୦ରୁ ୨୨ ଜଣ ବିଧାୟକ ଦଳ ଛାଡ଼ିବାକୁ ବିଚାର କରୁଛନ୍ତି। ସେମାନେ ଶରଦ ପାୱାରଙ୍କୁ ମଧ୍ୟ ଭେଟିଛନ୍ତି। ନିର୍ବାଚନ ପୂର୍ବରୁ ଏହି ବିଧାୟକମାନେ ଶରଦ ପାୱାରଙ୍କ ଦଳ କିମ୍ବା ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି ବୋଲି ରାଉତ ଦାବି କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button