ଜାତୀୟ

NEET ରି-ଏଗଜାମ ଲାଗି ମିସନ ମୋଡରେ ଭାରତୀୟ ବାୟୁସେନା, ୪ ଦିନରେ କରିଛି ୨୦୦ ଉଡାଣ

ନିଟ-ୟୁଜି ପରୀକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଲିକ୍ ପୃଫ କରିବା ପାଇଁ କେନ୍ଦ୍ର ସରକାର ଶେଷରେ ସେନା ସହାୟତା ନେଇଛନ୍ତି। ପ୍ରଶ୍ନପତ୍ରର ସିଲବନ୍ଦ ବାକ୍ସ କୁ ସୁରକ୍ଷିତ ଓ ସଠିକ ସମୟରେ ପହଞ୍ଚାଇବା ପାଇଁ ବାୟୁ ସେନା ଏମଆଇ-୧୭ ହେଲିକପ୍ଟର ଓ ବଡ଼ ମାଲବାହକ ବିମାନଙ୍କୁ ବ୍ୟବହାର କରୁଛି।

ନୂଆଦିଲ୍ଲୀ: ଆସନ୍ତା ଜୁନ ୨୧ ତାରିଖରେ ଦ୍ୱିତୀୟବାର ଅନୁଷ୍ଠିତ ହେବାକୁ ଥିବା ନିଟ-ୟୁଜି ପରୀକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଲିକ୍ ପୃଫ କରିବା ପାଇଁ କେନ୍ଦ୍ର ସରକାର ଶେଷରେ ସେନା ସହାୟତା ନେଇଛନ୍ତି। ଭାରତୀୟ ବାୟୁସେନା (ଆଇଏଏଫ) ଗତ ୨/୩ ଦିନରେ ସାରା ଦେଶର ୧୮ ନିର୍ଦ୍ଧାରିତ ଜୋନକୁ ପରୀକ୍ଷା ପ୍ରଶ୍ନପତ୍ର ପହଞ୍ଚାଇବା କାମରେ ଲାଗି ପଡିଛି। ଏହି ଅତ୍ୟନ୍ତ ଗୋପନୀୟ ତଥା ବଡ଼ ମିସନ ଗତ ଜୁନ ୧୩ ତାରିଖରୁ ଆରମ୍ଭ ହୋଇଛି, ଯାହା ଏବେ ପାଖାପାଖି ଶେଷ ହେବାକୁ ଯାଉଛି। ଏହାର ଉଦ୍ଦେଶ୍ୟ ସରକାର ଏଥର ପରୀକ୍ଷାକୁ ନେଇ କୌଣସି ପ୍ରକାରର ଝିନଝଟ ମୁଣ୍ଡେଇବାକୁ ଚାହୁଁ ନାହାନ୍ତି।

ଆକାଶରୁ ରଖା ଯାଇଛି କଡ଼ା ନଜର
ସଂସଦରୁ ସଡ଼କ ପର୍ଯ୍ୟନ୍ତ ହୋଇଥିବା ଭୀଷଣ ହଙ୍ଗାମା ପରେ ଏଥର ପରୀକ୍ଷା ପାଇଁ ଏପରି ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ରର ସିଲବନ୍ଦ ବାକ୍ସ କୁ ସୁରକ୍ଷିତ ଓ ସଠିକ ସମୟରେ ପହଞ୍ଚାଇବା ପାଇଁ ବାୟୁ ସେନା ଏମଆଇ-୧୭ ହେଲିକପ୍ଟର ଓ ବଡ଼ ମାଲବାହକ ବିମାନଙ୍କୁ ବ୍ୟବହାର କରୁଛି। ଟାଇମସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଅପରେସନ ଆରମ୍ଭ ଦିନରୁ ଏ ପର୍ଯ୍ୟନ୍ତ ବାୟୁସେନା ବିମାନ ୨୦୦ ଉଡାଣ କରିସାରିଲେଣି। ବିମାନଙ୍କ ମାଧ୍ୟମରେ ପ୍ରଶ୍ନପତ୍ରକୁ ପ୍ରଥମେ ମୁଖ୍ୟ କେନ୍ଦ୍ରକୁ ପହଞ୍ଚା ଯାଇଛି। ଏବେ ସେଠାରୁ କଡ଼ା ସୁରକ୍ଷା ବଳୟରେ ପୃଥକ ପୃଥକ ପରୀକ୍ଷା କେନ୍ଦ୍ରକୁ ପଠାଯିବ।

କାହିଁକି ଆବଶ୍ୟକ ପଡିଲା ସେନା
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ନିଟ-ୟୁଜି ପରୀକ୍ଷାରେ ବଡ଼ ଧରଣର ପେପର ଲିକ୍ ଅଭିଯୋଗ ହୋଇଥିଲା। ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଥିବା ଏହି ପରୀକ୍ଷାରେ ହୋଇଥିବା ଗଡ଼ବଡି ପରେ ସୁପ୍ରିମକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ଓ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। ହେଲେ ଏଥର ସରକାର ଓ ଅଧିକାରୀଙ୍କ ଦାବି ହେଉଛି ଯେ ଜୁନ ୨୧ରେ ହେବାକୁ ଥିବା ପୁନଃ ପରୀକ୍ଷା ବିନା କୌଣସି ତ୍ରୁଟିରେ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ଅନୁଷ୍ଠିତ ହେବ। ଲକ୍ଷଲକ୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥର ସରକାର ସୁରକ୍ଷା ଦାୟିତ୍ୱ ଦେଶର ସୈନିକଙ୍କ ହାତରେ ସମର୍ପି ଦେଇଛନ୍ତି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button