ସମ୍ବଲପୁର (ଜିତେନ୍ଦ୍ର ଦାଶ): ପ୍ରସବ ପାଇଁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ଅନେକ ଯାତନା ଭୋଗିବାକୁ ପଡ଼ିଛି। ଅସ୍ତ୍ରୋପଚାରର ୪ ମାସ ପରେ ମହିଳାଙ୍କ ମଳଦ୍ବାରରୁ ବାହାରିଛି ଗଜକପଡ଼ା। ଅସ୍ତ୍ରୋପଚାର ସମୟରେ ଚରମ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତ ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି।
ତେବେ, ଗତ ୩୧ ଜାନୁଆରି ରାତିରେ ବାଥରୁମ୍ ଯାଇଥିବା ସମୟରେ ମହିଳାଙ୍କ ମଳଦ୍ୱାରରୁ ଗଜକପଡ଼ା ବାହାରିଥିଲା। କପଡ଼ା ବାହାରିବା ପରେ ମହିଳାଙ୍କୁ ନେଇ ପୁଣି ଥରେ ତାଙ୍କ ସ୍ବାମୀ ପ୍ରସବ ସମୟରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଦେଖାଇଥିଲେ। କିନ୍ତୁ ଡାକ୍ତର ଜଣକ ତାଙ୍କ କଥାକୁ ଭୁଲ୍ ବୋଲି କହିଥିଲେ। ପରେ ସେ ପୁଣି ମହିଳା ଜଣକ ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ। ଗତ ସୋମବାର ଦିନ ପୁଣିଥରେ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମହିଳାଙ୍କ ମଳଦ୍ବାରରୁ ଆଉ ଏକ କପଡ଼ା ବାହାରିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ପୀଡ଼ିତା ମହିଳା ନ୍ୟାୟ ପାଇଁ ସିଡିଏମଓ ଡାକ୍ତର ପ୍ରଦୀପ ହୋତାଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଶ୍ରୀ ହୋତା କହିଛନ୍ତି, ଏଭଳି ଘଟଣା ହୋଇନଥିବ। ଏହି ଘଟଣାକୁ ନେଇ ଏକ କମିଟି ଗଠନ କରାଯାଇ ମଧ୍ୟ ତଦନ୍ତ କରାଯିବ। ଅଭିଯୋଗ ସତ୍ୟତା ଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ଏହି ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ କହିଛନ୍ତି ଏହାର ତଦନ୍ତ ଏବଂ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ
-
Chief Minister: ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: କୋଭିଡ୍ ଭଳି ଏକାଠି କାମ କରିବା -
Politics: ବିଜେପି-ଏଆଇଏଡିଏମ୍କେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଆନ୍ନାମଲାଇ, ପ୍ରତିବାଦରେ ପ୍ରତିଦ୍ୱନ୍ଦ୍ୱିତା ନ କରିପାରନ୍ତି -
ରକ୍ତରେ ଭିଜିଲା ପୁଣି ପୁରୀ, ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା -
କାହିଁକି ଏମିତି ନିଷ୍ପତ୍ତି, ନିଜ ଦେହରେ କିରୋସିନି ଢାଳି ଦେଲେ ନିଆଁ ଲଗାଇଦେଲେ ଯୁବତୀ -
ସୋଆ ଏବଂ ସିସିଆରଏସ୍- ସିଏଆରଆଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ, ଆୟୁର୍ବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଡିଲ୍
