Nirmala Will Present Budget: ନବମ ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା

ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍‌କୁ ଫେବ୍ରୁଆରି ୧ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନା କରିବେ। ତାହା ସୀତାରମଣଙ୍କ ଲଗାତର ନବମ ବଜେଟ ହେବାକୁ ଯାଉଛି।

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍‌କୁ ଫେବ୍ରୁଆରି ୧ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଉପସ୍ଥାପନା କରିବେ। ତାହା ସୀତାରମଣଙ୍କ ଲଗାତର ନବମ ବଜେଟ ହେବାକୁ ଯାଉଛି। ତାଙ୍କ ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ସି ଡି ଦେଶମୁଖ ଲଗାତାର ସାତ ଥର ବଜେଟ ଉପସ୍ଥାପନ କରିଥିଲେ।

ସେହି ରେକର୍ଡକୁ ନିର୍ମଳା ଅତିକ୍ରମ କରିସାରିଛନ୍ତି। ୨୦୨୭-୨୮ ଆର୍ଥିକ ବର୍ଷରେ ଯଦି ନିର୍ମଳା‌ ବଜେଟ୍‌ ଉପସ୍ଥାପନ କରିବେ ତେବେ ସେ ପୂର୍ବତନ ଅର୍ଥମନ୍ତ୍ରୀ ମୋରାଜି ଦେଶାଇଙ୍କ ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ ରେକର୍ଡର ସମକକ୍ଷ ହେବେ। ଶ୍ରୀ ଦେଶାଇ ନିଜର ଦୁଇଥର କାର୍ଯ୍ୟକାଳ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ୬ଥର ଏବଂ ୧୯୬୭ରୁ ୧୯୬୯ ମଧ୍ୟରେ ୪ଥର ବଜେଟ ଉପସ୍ଥାପନ କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version