Shot Dead: ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ
ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ଚିନାଜୁରୀ କେନାଲ ରାସ୍ତାରେ ଗୁଳିମାଡ଼ରେ ସମିତି ସଭ୍ୟ ଅଚ୍ୟୁତ ନାୟକଙ୍କ ମୃତ୍ୟୁ। ଅଜଣା ଦୁର୍ବୃତ୍ତ ଫୋନ୍ କରି ଡାକିଥିବା ସୂଚନା। ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି l

ଡୁଙ୍ଗୁରିପାଲି/ବରପାଲି:ସୁବର୍ଣ୍ଣପୁରଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କେନାଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି l ବ୍ଲକ ଚିନାଜୁରୀ କେନାଲ ରାସ୍ତାରେ ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି l
ସୂଚନାରୁ ପ୍ରକାଶ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଂଚାୟତ ଡୁଡୁକା ଗ୍ରାମର ଅଚୁତା ନାୟକ ସମିତି ସଭ୍ୟ ଥିଲେ l ଗତକାଲି ରାତିରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଫୋନ କରି ଡାକିଥିଲେ l ସେ ନିଜ କାରରେ ଘଟଣା ସ୍ଥଳକୁ ଆସିବା ମାତ୍ରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ l ଗୁଳିଟି ବେକରେ ବାଜି ଖୋକା ସିଟରେ ପଡିଛି l ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି l
ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଚୀନଜୁରୀ କେବାଡ଼ ମଧ୍ୟସ୍ଥି କେନାଲ ରୋଡରେ ବରପାଲି ବ୍ଲକ ଆଗଲପୁର ପଞ୍ଚାୟତ କେବାଡ଼ ଗ୍ରାମର ସଭାପତି ନାୟକଙ୍କ ପୁଅ ଅଚ୍ୟୁତାନନ୍ଦ ନାୟକଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ଫେରାର ହୋଇଥିବା ଜଣାପଡିଛି । ଅଚ୍ୟୁତାନନ୍ଦ ଆଗଲପୁର ସମିତି ସଭ୍ୟ ଅଟନ୍ତି । ସେ ଡୁଙ୍ଗୁରିପାଲି ଶନିମନ୍ଦିର ପୂଜକ ମଧ୍ୟ ରହିଛନ୍ତି । ଘଟଣାଟି ରାତ୍ର ସମୟରେ ହୋଇଥିବା ଅନୁମାନ କରାଯାଇଛି । ଏନେଇ ବରପାଲି ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ଦୁର୍ଘଟଣା ସ୍ଥଳଟି ସଂପୁରଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳ ହୋଇଥିବାରୁ ଉକ୍ତ କେଶକୁ ଡୁଙ୍ଗୁରିପାଲି ପୁଲିସ ହସ୍ତକ୍ଷେପ କରି ତଦନ୍ତ ଜାରି ରଖିଛନ୍ତି । ଏପରିକି ପୁଲିସ ପକ୍ଷରୁ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଦଳ ସହଯୋଗ ନେଇଥିବା ଜଣାପଡିଛି । ଗୁଳିମାଡ଼ ପରେ ଖୋଖା ମଧ୍ୟ କାର ସିଟରେ ପଡ଼ିଛି ।
ସୌଜନ୍ୟ ସମ୍ବାଦ




