ଦେଶ ବିଦେଶ

Nobel Peace Prize: ଟ୍ରମ୍ପଙ୍କୁ କଟାକ୍ଷ କଲେ ନୋବେଲ ଶାନ୍ତି ବିଜେତା ନବୀ ପିଲ୍ଲାଇ

ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ଆଇନଜୀବୀ ତଥା ମାନବାଧିକାର କର୍ମୀ ନବୀ ପିଲ୍ଲାଇଙ୍କୁ ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଶାନ୍ତି ପ୍ରତିଷ୍ଠା ଓ ଅନ୍ତର୍ଜାତୀୟ ଆଇନର ପ୍ରଚାର ପାଇଁ ତାଙ୍କ ଦୀର୍ଘଦିନର ଉଦ୍ୟମକୁ ସ୍ୱୀକୃତି ଦେଇ ନୋବେଲ...

ଓସ୍ଲୋ: ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ଆଇନଜୀବୀ ତଥା ମାନବାଧିକାର କର୍ମୀ ନବୀ ପିଲ୍ଲାଇଙ୍କୁ ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଶାନ୍ତି ପ୍ରତିଷ୍ଠା ଓ ଅନ୍ତର୍ଜାତୀୟ ଆଇନର ପ୍ରଚାର ପାଇଁ ତାଙ୍କ ଦୀର୍ଘଦିନର ଉଦ୍ୟମକୁ ସ୍ୱୀକୃତି ଦେଇ ନୋବେଲ କମିଟି ଏହି ସମ୍ମାନ ପ୍ରଦାନ କରିଛି। ପୁରସ୍କାର ଘୋଷଣା ପରେ ପିଲ୍ଲାଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ମଜାଳିଆ ମନ୍ତବ୍ୟ ଦେଇଥିବା ବେଳେ ଟ୍ରମ୍ପ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଜର୍ମାନୀର ନ୍ୟୁରେମ୍ବର୍ଗଠାରେ ଏକ ଆଇନ ଓ ଶିକ୍ଷା ସମ୍ମିଳନୀରେ ଯୋଗ ଦେଇଥିବା ପିଲ୍ଲାଇ ପୁରସ୍କାର ଘୋଷଣା ପରେ ଉପସ୍ଥିତ ଲୋକଙ୍କ ଅଭିନନ୍ଦନ ଗ୍ରହଣ କରି କହିଥିଲେ, ଆପଣମାନେ ଆଉ ଟିକେ ଅଧିକ କରତାଳି ଦେଲେ ମୋତେ ଟ୍ରମ୍ପଙ୍କ ସହ ଏହି ପୁରସ୍କାର ବାଣ୍ଟିବାକୁ ପଡ଼ିପାରେ। ତାଙ୍କର ଏହି ମନ୍ତବ୍ୟ ଉପସ୍ଥିତ ଲୋକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଏହାର କିଛି ସମୟ ପରେ ଟ୍ରମ୍ପ ନିଜ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଟ୍ରୁଥ୍‌ ସୋସିଆଲ୍‌’ରେ ଏକ ସମାଲୋଚନାମୂଳକ ପୋଷ୍ଟ୍‌ ସେୟାର କରିଥିଲେ। ସେଥିରେ ପିଲ୍ଲାଇଙ୍କୁ ଆମେରିକା ଓ ଇସ୍ରାଏଲ ବିରୋଧୀ ବୋଲି ଅଭିହିତ କରାଯାଇଥିଲା।

ଗାଜାରେ ଇସ୍ରାଏଲର କାର୍ଯ୍ୟକଳାପକୁ ନେଇ ତାଙ୍କ ନେତୃତ୍ୱରେ ପ୍ରସ୍ତୁତ ଜାତିସଂଘର ତଦନ୍ତ ରିପୋର୍ଟକୁ ମଧ୍ୟ ପୋଷ୍ଟ୍‌ରେ ସମାଲୋଚନା କରାଯାଇଥିଲା। ନୋବେଲ କମିଟି ଆମେରିକା ଓ ଇସ୍ରାଏଲକୁ ଘୃଣା କରୁଥିବା ଜଣେ ମହିଳାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେଇ ନିଜର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ସେ ନିଜର ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଓ ଉପଲବ୍ଧିର ଉଦାହରଣ ଦେଇ ନୋବେଲ ଶାନ୍ତି ପୁରସ୍କାର ପାଇଁ ନିଜର ଦାବିକୁ ମଧ୍ୟ ଦୋହରାଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button