NorthKorea: ଆମେରିକାର ମୁଖ୍ୟ ଭୂଖଣ୍ଡକୁ ଟାର୍ଗେଟ୍ କରିବାରେ ସକ୍ଷମ କ୍ଷେପଣାସ୍ତ୍ର ପାଇଁ ଇଞ୍ଜିନ୍ ପରୀକ୍ଷା କଲା ଉତ୍ତର କୋରିଆ

ଇରାନ ଯୁଦ୍ଧକୁ ଦେଖି ସତର୍କ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ ତାଙ୍କ ଦେଶର ସାମରିକ ସାମର୍ଥ୍ୟ ବୃଦ୍ଧି ଉପରେ ଜୋର ଦେଉଛନ୍ତି। ସେ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଇନ୍ଧନ ଇଞ୍ଜିନର ପରୀକ୍ଷଣ କରିଛନ୍ତି।

ସିଓଲ୍: ଇରାନ ଯୁଦ୍ଧକୁ ଦେଖି ସତର୍କ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ ତାଙ୍କ ଦେଶର ସାମରିକ ସାମର୍ଥ୍ୟ ବୃଦ୍ଧି ଉପରେ ଜୋର ଦେଉଛନ୍ତି। ସେ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଇନ୍ଧନ ଇଞ୍ଜିନର ପରୀକ୍ଷଣ କରିଛନ୍ତି। ଏହି ପରୀକ୍ଷଣ ଦର୍ଶାଉଛି ଯେ କିମ୍ ସମ୍ଭବତଃ ଆମେରିକାର ମୁଖ୍ୟ ଭୂଖଣ୍ଡରେ ପହଞ୍ଚିବାକୁ ସକ୍ଷମ କ୍ଷେପଣାସ୍ତ୍ରର ଆଧୁନିକୀକରଣ କରିବାକୁ ଚାହୁଛନ୍ତି।

ରବିବାର କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସିର ଏହି ରିପୋର୍ଟ ଆସିଛି, ଯେଉଁଥିରେ କିମ୍ ଉତ୍ତର କୋରିଆ ସଂସଦରେ ଏକ ଭାଷଣ ଦେଇ ଏକ ଆଣବିକ ଶକ୍ତି ଭାବରେ ତାଙ୍କ ଦେଶର ସ୍ଥିତିକୁ ଦୃଢ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦର୍ଶାଇ ସେ ଆମେରିକାକୁ ସାରା ବିଶ୍ୱରେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ଚଳାଇ ଆକ୍ରମଣ କରୁଥିବା ଅଭିଯୋଗ କରିଥିଲେ।

ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ, କିମ୍ ଇଞ୍ଜିନ୍ ଶକ୍ତି ବୃଦ୍ଧି କରିବା ମୂଳରେ ଅଛି, ଦରକାର ହେଲେ ଆମେରିକାକୁ କଡ଼ା ଜବାବ ଦେବାର ଇଚ୍ଛା। ଗୋଟିଏ କ୍ଷେପଣାସ୍ତ୍ରରେ ଏକାଧିକ ଯୁଦ୍ଧାସ୍ତ୍ର ସ୍ଥାପନ କରିବାର ପ୍ରୟାସ ସହିତ ଏହା ଜଡିତ ହୋଇପାରେ। କେସିଏନ୍‌ଏ କେବେ ଓ କେଉଁଠାରେ ପରୀକ୍ଷା ହୋଇଥିଲା ତାହା ଜଣାଇ ନାହିଁ। ଦେଶର ପାଞ୍ଚବର୍ଷିଆ ସାମରିକ ବୃଦ୍ଧି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏହି ପରୀକ୍ଷଣ କରାଯାଇଥିଲା।

ଉକ୍ତ ଆଣବିକ ସକ୍ଷମ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆମେରିକାର ମୁଖ୍ୟ ଭୂଭାଗକୁ ଟାର୍ଗେଟ୍ କରିପାରିବ। କିମ୍ କହିଛନ୍ତି, ଦେଶର ରଣନୀତିକ ସାମରିକ ଶକ୍ତିକୁ ସର୍ବୋଚ୍ଚ ସ୍ତରରେ ରଖିବାରେ ସର୍ବଶେଷ ଇଞ୍ଜିନ୍ ପରୀକ୍ଷଣର ବହୁତ ଗୁରୁତ୍ୱ ରହିଛି। ୨୦୧୯ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କିମ୍‌ଙ୍କ ଉଚ୍ଚ କୂଟନୈତିକ ସମ୍ପର୍କ ଭାଙ୍ଗିବା ପରଠାରୁ ଉତ୍ତର କୋରିଆ ଏହାର ଆଣବିକ ଅସ୍ତ୍ରଶସ୍ତ୍ରର ବିସ୍ତାର କରିବାକୁ କଠିନ ପରିଶ୍ରମ କରିଆସିଛି।

 

 

ସୌଜନ୍ୟ ସମ୍ବାଦ

Exit mobile version