ରାଜ୍ୟ

Nuakhai Festival: ଆଜି ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

ଜୟପୁର ୧୫/୦୯: ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ  ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ  ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇଟି ଦଳ । ରାୟଗଡ଼ା ଜିଲ୍ଲାର ଲାଞ୍ଜିଆ ସୌରା ଏବଂ କୋରାପୁଟ ଜିଲ୍ଲା  କୋଟପାଡ଼ର କଳା ବିକାଶ କେନ୍ଦ୍ର । ମଙ୍ଗଳବାର ସନ୍ଧ୍ୟାରେ କଳା ବିକାଶ କେନ୍ଦ୍ରର ୧୬ ଜଣିଆ ଦଳ ରାଷ୍ଟ୍ରପତି ଭବନରେ ପରିବେଷଣ କରିବେ କୋରାପୁଟିଆ ଢେମ୍‌ସା । ସାଗର ବିଶୋଇଙ୍କ ନେତୃତ୍ୱରେ ଏହି ଦଳର  କଳାକାରମାନେ ନୂଆଦିଲ୍ଲୀରେ ପହଞ୍ଚି  ଚୂଡ଼ାନ୍ତ ଅଭ୍ୟାସ କରିଛନ୍ତି ।

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୂଆଁଖାଇ  ଉତ୍ସବରେ ଯୋଗଦେବାକୁ ଉଭୟ ଦଳକୁ ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକଙ୍କ  ପକ୍ଷରୁ ସ୍ୱତନ୍ତ୍ର ପତ୍ର ଲେଖାଯାଇଥିଲା । ତଦନୁଯାୟୀ,  କୋଟପାଡ଼ କଳା ବିକାଶ କେନ୍ଦ୍ରର କଳାକାରମାନେ  ଭୁବନେଶ୍ୱରରୁ ବିମାନ ଯୋଗେ ରବିବାର  ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଢେମସା ଗ୍ରୁପ୍‌ରେ  ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସହଦେବ ବିଶୋଇ,  ଶ୍ରୀତମ ସାମନ୍ତରାୟ, ଶଙ୍କର କୁମାର ନାୟକ,  କପିଳେଶ ନାୟକ, ସୁରେଶ ହରିଜନ, ଧନସାଇ  ହରିଜନ, ଭୁବନ ରନ୍ଧାରୀ, ଚନ୍ଦନ ସ୍ୱାଇଁ, ନିତା  କୁମାରୀ ଭୂମିଆ, ଦେବୀ ତୁଲସା ବାଗଦେରିଆ,  ରଶ୍ମିତା ବାଗ୍‌ଦେରିଆ, ବେଡେଶ୍ୱରୀ ଗଣ୍ଡା, ମାଳତି  ବିନ୍ଧାଣୀ, ମମତା ସମରଥ ଓ ଅନିତା ହରିଜନ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button