Odia Language Day: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଷଷ୍ଠ ଭାଷା ତଥା ପ୍ରଥମ ଆର୍ଯ୍ୟ ଭାଷା ହେଲା।

ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଷଷ୍ଠ ଭାଷା ତଥା ପ୍ରଥମ ଆର୍ଯ୍ୟ ଭାଷା ହେଲା। ତେଣୁ ୨୦୧୫ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରାଯାଉଛି। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଆ ହେଉଛି ଓଡ଼ିଶାର ପ୍ରଶାସନିକ ଭାଷା। ଓଡ଼ିଆ ଭାଷା ଭିତ୍ତିରେ ହିଁ ଓଡ଼ିଶା ପ୍ରଦେଶର ଜନ୍ମ। ଭାରତ ସରକାରଙ୍କ ସେ ସମୟର ମାନଦଣ୍ତ ଅନୁସାରେ ଶାସ୍ତ୍ରୀୟ ଭାଷା ହେବା ପାଇଁ ୧୫୦୦ରୁ ୨୦୦୦ ବର୍ଷର ଐତିହ୍ୟ ଥିବ ଏବଂ ମୌଳିକ ତଥା ଅପ୍ରଭାବିତ ସାହିତ୍ୟ ରଚନାର ପରମ୍ପରା ରହିଥିବ।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅଶୋକଙ୍କ ଶିଳାଲେଖରୁ ଆରମ୍ଭ କରି ପଞ୍ଚଦଶ ଶତାବ୍ଦୀର ଜଗନ୍ନାଥ ମନ୍ଦିରର ଜୟବିଜୟ ଶିଳାଲେଖରୁ ଆଦିମ ଓଡ଼ିଆ ଶବ୍ଦ ସ˚ଗ୍ରହ କରି ଓଡ଼ିଆ ଭାଷାର ପ୍ରାଚୀନତାର ପ୍ରମାଣ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଓ ପରିବ୍ରାଜକମାନଙ୍କ ବିବରଣୀରେ ଉଲ୍ଲେଖ ଥିବା କଳିଙ୍ଗ ଦେଶ ଓ ଉଡ୍ର ଭାଷାର ତଥ୍ୟ ସ˚ଗ୍ରହ କରି ଓଡ଼ିଆ ଭାଷାର ଐତିହାସିକ ପ୍ରାଚୀନତା ସିଦ୍ଧ କରାଯାଇଥିଲା। ଅପରପକ୍ଷେ ମାଦଳାପାଞ୍ଜି, ରୁଦ୍ର ସୁଧାନିଧି, ବ୍ରତକଥା, ଚର୍ଯ୍ୟାପଦ, ନାଥ ସାହିତ୍ୟ, ମହାଭାରତ, ଜଗମୋହନ ରାମାୟଣ, ଭାଗବତ, ଉପେନ୍ଦ୍ରଙ୍କ ବୈଦେହୀଶ ବିଳାସ, ଗୀତାଭିଧାନ, ଦୀନକୃଷ୍ଣଙ୍କ ରସ କଲ୍ଲୋଳ, ଅଭିମନ୍ୟୁଙ୍କ ବିଦଗ୍‌ଧ ଚିନ୍ତାମଣି, କବିସୂର୍ଯ୍ୟଙ୍କ ଚମ୍ପୂ ପରି ଓଡ଼ିଆରେ ରଚିତ ମୌଳିକ ସାହିତ୍ୟ କୃତିମାନ ଶାସ୍ତ୍ରୀୟ ମାନ୍ୟତା ପାଇଁ ବିଶେଷ ସହାୟକ ହୋଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version