The sea: ଉପକୂଳକୁ ଗିଳୁଛି ସମୁଦ୍ର

ମାଡ଼ି ଆସୁଛି ସମୁଦ୍ର। ଗିଳି ଚାଲିଛି ସ୍ଥଳଭାଗ। ବାଲେଶ୍ବର ଓ ଭଦ୍ରକ ଉପକୂଳରେ ସ୍ଥିତି ସଙ୍ଗିନ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ କୋଷ୍ଟାଲ୍‌....

ବାଲେଶ୍ବର:  ମାଡ଼ି ଆସୁଛି ସମୁଦ୍ର। ଗିଳି ଚାଲିଛି ସ୍ଥଳଭାଗ। ବାଲେଶ୍ବର ଓ ଭଦ୍ରକ ଉପକୂଳରେ ସ୍ଥିତି ସଙ୍ଗିନ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି। ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ କୋଷ୍ଟାଲ୍‌ ରିସର୍ଚ୍ଚ (ଏନ୍‌ସିସିଆର୍‌)ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ୫୪୯.୫ କିମି ବେଳାଭୂମି ଥିବା ବେଳେ ୧୯୯୦ ମସିହାରୁ ୨୦୧୮ ମସିହା ମଧ୍ୟରେ ସମୁଦ୍ର ୧୪୦.୨ କିମି ଅଞ୍ଚଳ ଗିଳିସାରିଲାଣି। ସେହିପରି ଗତ ୭ବର୍ଷ ମଧ୍ୟରେ ପ୍ରାୟ ୮ କିମିରୁ ଅଧିକ ଉପକୂଳ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି।

Exit mobile version