ରାଜ୍ୟ
Odisha: କେରଳରେ ଆୟୋଜିତ ଉଇକି କନ୍ଫରେନ୍ସ ଇଣ୍ଡିଆରେ ଓଡ଼ିଆ ଉଇକିଆଳିଙ୍କ ଯୋଗଦାନ
ଦକ୍ଷିଣ ଏସିଆର ଉଇକିମିଡ଼ିଆ ସମୁଦାୟ ପାଇଁ ଆୟୋଜିତ ଉଇକି କନ୍ଫରେନ୍ସ ଇଣ୍ଡିଆର ୪ର୍ଥ ସଂସ୍କରଣ ଗତ ସେପ୍ଟେମ୍ବର ୪ ତାରିଖରୁ ୬ ତାରିଖ ଯାଏଁ କେରଳର କୋଚିଠାରେ ଆୟୋଜିତ ହୋଇଥିଲା, ଯେଉଁଥିରୁ ଓଡ଼ିଶାର ୮ ଜଣ ଉଇକିଆଳି (ଉଇକିପିଡ଼ିଆ ତଥା ଉଇକିମିଡ଼ିଆରେ କାମ କରୁଥିବା ସ୍ୱେଚ୍ଛାସେବୀ) ଯୋଗ ଦେଇଥିଲେ ।

ଭୁବନେଶ୍ୱର: ଦକ୍ଷିଣ ଏସିଆର ଉଇକିମିଡ଼ିଆ ସମୁଦାୟ ପାଇଁ ଆୟୋଜିତ ଉଇକି କନ୍ଫରେନ୍ସ ଇଣ୍ଡିଆର ୪ର୍ଥ ସଂସ୍କରଣ ଗତ ସେପ୍ଟେମ୍ବର ୪ ତାରିଖରୁ ୬ ତାରିଖ ଯାଏଁ କେରଳର କୋଚିଠାରେ ଆୟୋଜିତ ହୋଇଥିଲା, ଯେଉଁଥିରୁ ଓଡ଼ିଶାର ୮ ଜଣ ଉଇକିଆଳି (ଉଇକିପିଡ଼ିଆ ତଥା ଉଇକିମିଡ଼ିଆରେ କାମ କରୁଥିବା ସ୍ୱେଚ୍ଛାସେବୀ) ଯୋଗ ଦେଇଥିଲେ । “Reimagining the Knowledge Commons” ବା “ଜ୍ଞାନର ସାଧାରଣ ଭଣ୍ଡାରକୁ ନୂଆ ଭାବେ ଚିନ୍ତା କରିବା” ଶୀର୍ଷକକୁ ମୁଖ୍ୟ ବିଷୟ ଭାବରେ ଗ୍ରହଣ କରି ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ, ୨୨୦ରୁ ଉର୍ଦ୍ଧ୍ୱ ଭାରତୀୟ, ନେପାଳୀ, ବାଂଲାଦେଶୀ, ଭୁଟାନୀ ଓ ଶ୍ରୀଲଙ୍କୀୟ ଉଇକିମିଡ଼ିଆ ସ୍ୱେଚ୍ଛାସେବୀ, ଗବେଷକ, ଶିକ୍ଷାବିତ୍, ପ୍ରଯୁକ୍ତିବିଦ୍ୟାବିତ୍ ଓ ମୁକ୍ତ ଜ୍ଞାନର ସମର୍ଥକ ଯୋଗ ଦେଇଥିଲେ ।
ସୌଜନ୍ୟ ସମ୍ବାଦ




