ରାଜ୍ୟ

Odisha Cabinet: ରାଜ୍ୟ କ୍ୟାବିନେଟରେ ବଡ଼ ଘୋଷଣା, ୭.୫ ଲକ୍ଷ ହେକ୍ଟର ଜମିକୁ ସେଚ ସୁବିଧା, ଦକ୍ଷିଣ ଓଡ଼ିଶାରେ ନୂଆ ରାସ୍ତା କରିଡରକୁ ମଞ୍ଜୁରୀ

ଭୁବନେଶ୍ୱର,୦୮/୦୯:  ସେଚ ଓ ପାନୀୟ ଜଳ ପାଇଁ  କ୍ୟାବିନେଟରେ ବଡ଼ ପ୍ରକଳ୍ପ  ଘୋଷଣା । ପାହାଡ଼ିଆ ଓ ଉଚ୍ଚ  ଭୂମି ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ  କେବିକେ ଅଞ୍ଚଳରେ ସୌର ଓ  ଅଣସୌର ପମ୍ପିଂ ବ୍ୟବସ୍ଥା ସହିତ  ଗଭୀର ନଳକୂପ ସ୍ଥାପନ ହେବ ।  ବଢ଼ିବ ଜଳସେଚନ କ୍ଷମତା ।  ଆଗାମୀ ୫ ବର୍ଷ ଭିତରେ ଦେଢ଼  ଲକ୍ଷ ଗଭୀର ନଳକୂପ ସ୍ଥାପନ  କରାଯିବ । ଏଥିରେ ସାଢ଼େ ୭ ଲକ୍ଷ  ହେକ୍ଟର ଜମିରେ ଜଳସେଚନ  କ୍ଷମତା ସୃଷ୍ଟି କରାଯିବ । ରାଜ୍ୟ  ସରକାରଙ୍କ ନିଜସ୍ୱ ସମ୍ବଳରୁ  ଏଥିପାଇଁ ୮୬୫୩ କୋଟି ଟଙ୍କା  ବ୍ୟୟ କରାଯିବ । ୨୬ଟି ଜିଲ୍ଲାର  ୨୫୬ଟି ବ୍ଲକରେ ଏହି ପ୍ରକଳ୍ପ  ହେବ । କ୍ୟାବିନେଟ ଏଥିରେ  ଅନୁମୋଦନ ପ୍ରଦାନ କରିଛି ।

ସୋମବାର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ  ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରି  ମିଳିଛି । ଗାଁର ସମସ୍ତ ଜନବସତିରେ  ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ  ସଂଶୋଧିତ ବସୁଧା ଯୋଜନାକୁ  ଅନୁମୋଦନ ମିଳିଛି । ୨୦୨୬ ୨୭ରୁ ୨୦୨୮-୨୯ ମଧ୍ୟରେ ଏହି  ଯୋଜନା ପାଇଁ ୫୦୪୫ କୋଟି  ଟଙ୍କାର ରାଜ୍ୟ ପାଣ୍ଠି ବ୍ୟୟବରାଦ  କରାଯିବ । ବସୁଧା ଯୋଜନାରୁ ପୂର୍ବରୁ  ବାଦ୍‌ ଥିବା ଜନବସତିକୁ ଏଥିରେ  ପାଣି ସଂଯୋଗ ମିଳିବ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ । ପାନୀୟ ଜଳର ଗୁଣବତ୍ତା ବଢ଼ିବ । ଟେକ୍ନୋଲୋଜି ଆଧାରିତ ତଦାରଖ ବ୍ୟବସ୍ଥା  କାର୍ଯ୍ୟକ୍ଷମ ହେବ । ଏଥିପାଇଁ ପଞ୍ଚାୟତିରାଜ  ଓ ପାନୀୟ ଜଳ ବିଭାଗ ମାର୍ଗଦର୍ଶିକା ପ୍ରସ୍ତୁତ  କରିବ । ସେହିପରି ଓଡ଼ିଶାର ଜଳସେଚନ  ପ୍ରକଳ୍ପରେ ପର୍ଯ୍ୟଟନ  ସୁବିଧାର ବିକାଶ  ପାଇଁ ବୋଇତ ଯୋଜନାକୁ କ୍ୟାବିନେଟ ମଞ୍ଜୁରି  ମିଳିଛି । ଏଥିପାଇଁ ୫ ବର୍ଷରେ ୬୫୦ କୋଟି  ଟଙ୍କା ଖର୍ଚ୍ଚ ହେବ । ଏଥିରେ ଜଳସେଚନ ସହ  ଜଡ଼ିତ ଐତିହାସିକ କୋଠାବାଡ଼ି, ଐତିହ୍ୟ  ସମ୍ପନ୍ନ ଜଳସେଚନ ପ୍ରକଳ୍ପର ସଂରକ୍ଷଣ ଓ  ପୁନରୁଦ୍ଧାର କରାଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button