ହେଲେ ଗତ କିଛି ବର୍ଷ ହେଲା ଓଡ଼ିଶା ଆକାଶରେ ଆଉ ତାରା ଦିଶୁନାହାନ୍ତି। ଜେନ୍ ଆଲ୍ଫା (୨୦୧୦ରୁ ୨୦୨୪ ମଧ୍ୟରେ ଜନ୍ମ ହୋଇଥିବା) ପିଲାମାନେ ଏବେ ତାରା ବା ଷ୍ଟାର୍ କହିଲେ କେବଳ ବହିରେ ରାଇମ୍ସରେ ଲେଖା ହୋଇଥିବା ଶବ୍ଦ ବୋଲି ଜାଣୁଛନ୍ତି। ‘ଟ୍ବିଙ୍କଲ୍, ଟ୍ବିଙ୍କଲ୍ ଲିଟିଲ୍ ଷ୍ଟାର; ହାଓ ଆଇ ୱଣ୍ଡର୍ ହ୍ବାଟ୍ ୟୁ ଆର୍! ଅପ୍ ଆବୋଭ୍ ଦ ୱାର୍ଲଡ ସୋ ହାଏ; ଲାଇକ୍ ଏ ଡାଇମଣ୍ଡ ଇନ୍ ଦ ସ୍କାଏ।’ ଅର୍ଥାତ୍ ଦୁନିଆଠାରୁ ଏତେ ଉଚ୍ଚରେ, ଆକାଶରେ ହୀରା ପରି ଚମକୁଥିବା, ଝଲମଲ ହେଉଥିବା ଛୋଟ ତାରାଟି କ’ଣ ଏବଂ କିପରି ଦିଶେ ତାହା କେବଳ ସେ ସ୍କୁଲରେ ଓ ଘରେ ଟିଭି ପରଦାରେ ଦେଖୁଛି। ତା’ ମନରେ ‘ତାରା’କୁ ନେଇ ସୃଷ୍ଟି ହେଉଥିବା ଉତ୍କଣ୍ଠାକୁ ଦୂର କରିବାକୁ ଆଉ ସୁଯୋଗ ନାହିଁ। ସହରାଞ୍ଚଳର ଅଭିବୃଦ୍ଧି, ଧୂଳିଧୁଆଁର ପ୍ରଦୂଷଣ, ଚାରିଆଡ଼େ ଚିକମିକ୍ ଏବଂ ଉଜ୍ଜ୍ବଳ ଲାଇଟ୍ ଯୋଗୁ ସୃଷ୍ଟି ହେଉଥିବା ଆଲୋକ ପ୍ରଭାବରେ ଆକାଶରୁ ତାରା ଉଭାନ ହୋଇଗଲେଣି। ସାରା ବିଶ୍ବରେ ସମସ୍ତ ସହରାଞ୍ଚଳରେ ଏହି ସମସ୍ୟା ସୃଷ୍ଟି ହୋଇଥିବାବେଳେ ଏବେ ଓଡ଼ିଶାର ସମସ୍ତ ସହରାଞ୍ଚଳ, ସହର ଉପକଣ୍ଠ ଏବଂ ଶିଳ୍ପାଞ୍ଚଳରେ ଏବେ ଏମିତି ସ୍ଥିତି। ଅର୍ଥାତ୍ ଅଧା ଓଡ଼ିଶା ଆକାଶରେ ଏବେ ତାରା ଦିଶୁନାହାନ୍ତି।
ଦିଗ୍ବଳୟର ୪୦ ଡିଗ୍ରି ପର୍ଯ୍ୟନ୍ତ ତାରା ଦେଖାଯାଉନି
ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍, ସାଇନ୍ବୋର୍ଡର ନିୟନ୍ତ୍ରଣ ଜରୁରି
ସୌଜନ୍ୟ ସମ୍ବାଦ

