ରାଜ୍ୟ

Odisha Voters Cast Votes in AP ଓଡ଼ିଶାର ଗୋଲୁରୁ ଓ ଆମ୍ଫାବାଲି ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ବ ଲୋକ ଆନ୍ଧ୍ରରେ ଦେଲେ ଭୋଟ

କୋରାପୁଟର ତଳଗୋଲୁରୁ ଓ ଆମ୍ଫାବାଲି ପଞ୍ଚାୟତର ୬ଟି ସୀମାନ୍ତ ଗାଁର ୨୦୦ରୁ ଅଧିକ ଭୋଟର ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି।

କୋରାପୁଟ (ପ୍ରଦୀପ କୁମାର ପାଢ଼ୀ):  ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ଚାଲିଛି। ମତଦାନରେ ଯେପରି ଓଡ଼ିଶାର ସୀମାନ୍ତ ଗାଁ ଲୋକେ ଭାଗ ନେବେ ନାହିଁ ସେନେଇ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ଏସବୁସତ୍ବେ ଆଜି (ଗୁରୁବାର) ମତଦାନରେ  ସୀମାନ୍ତ କୋରାପୁଟ ଜିଲ୍ଲା ତଳ ଗୋଲୁରୁ ପଞ୍ଚାୟତର ୪ ଓ ଆମ୍ପାବାଲି ପଞ୍ଚାୟତର ଗୋଟିଏ ଗାଁର ପ୍ରାୟ ୨ଶହ ଜଣ ଲୋକ ଆନ୍ଧ୍ରପ୍ରଦେଶର ବୁଥରେ ପହଞ୍ଚି ମତଜାହିର କରିଛନ୍ତି।

ଙ୍ଗାରିଗୁଡି ଗାଁର ୬୦ ଭୋଟର, ମଉଲାପାଡୁ ଗାଁର ୪୦ ଜଣ ଭୋଟର ଆନ୍ଧ୍ରର ମଣ୍ଡୁଗୁ ବୁଥ୍ ରେ ମତଦାନ କରିଛନ୍ତି। ସେହିପରି ଭାବେ ପେଦାଗୁଡି, ଓଲାପାରୁ, ଜାମଗୁଡା ଓ ବଣିକିମେଟା ଗାଁର ଭୋଟର ମାନେ ଆନ୍ଧ୍ରର ନନ୍ଦିୱାଲସା ବୁଥ୍ ରେ ମତଦାନ କରିଛନ୍ତି।

ଏ ନେଇ ତଳଗୋଲୁରୁ ପଞ୍ଚାୟତର ସରପଞ୍ଚ ବଳଦାଦେଇ ନିଲାମା ଓ ଆମ୍ଫାବାଲି ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣ ପଟାଙ୍ଗିଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ସମସ୍ତ ଗାଁରେ ପୁଲିସ,  ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ସଚେତନତା କରାଯାଇଥିଲା। ତଥାପି ଭୋଟର ଆନ୍ଧ୍ରରେ ଯାଇ ମତଦାନ କରିଛନ୍ତି। ଭୋଟର ମାନେ ଆନ୍ଧ୍ରର ସମସ୍ତ ସୁବିଧା ଓ ଯୋଜନା ପାଉଥିବାରୁ  ସେମାନେ ଆନ୍ଧ୍ରରେ ଯାଇ ମତଦାନ କରିଥିବା କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button