Offensive songs: ନିଷିଦ୍ଧ ହେଲା ଆପତ୍ତିଜନକ ଗୀତ

ପ୍ରସିଦ୍ଧ ରାପର୍‌ ୟୋ ୟୋ ହନି ସିଂହ ଓ ବାଦଶାହଙ୍କ ଏକ ଅତ୍ୟନ୍ତ ଆପତ୍ତିଜନକ ଗୀତକୁ ସବୁ ପ୍ଲାଟ୍‌ଫର୍ମରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ‘ଭଲ୍ୟୁମ୍‌ ୧’ ଶୀର୍ଷକ ଏହି ଗୀତଟି ୨୦୦୬ରେ ମୁକ୍ତିଲାଭ କରିଥିଲା ଏବଂ ସେବେ ଠାରୁ ଅନ୍‌ଲାଇନ୍‌ରେ....

ପ୍ରସିଦ୍ଧ ରାପର୍‌ ୟୋ ୟୋ ହନି ସିଂହ ଓ ବାଦଶାହଙ୍କ ଏକ ଅତ୍ୟନ୍ତ ଆପତ୍ତିଜନକ ଗୀତକୁ ସବୁ ପ୍ଲାଟ୍‌ଫର୍ମରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ‘ଭଲ୍ୟୁମ୍‌ ୧’ ଶୀର୍ଷକ ଏହି ଗୀତଟି ୨୦୦୬ରେ ମୁକ୍ତିଲାଭ କରିଥିଲା ଏବଂ ସେବେ ଠାରୁ ଅନ୍‌ଲାଇନ୍‌ରେ ପ୍ରସାରିତ ହୋଇ କୋଟି କୋଟି ଥର ଏହାକୁ ଶୁଣାଯାଇଛି। ନିକଟରେ ଦିଲ୍ଲୀରେ ଆୟୋଜିତ ଏକ କନ୍‌ସର୍ଟରେ ଏହି ଗୀତର କିଛି ଅଂଶ ପରିବେଷଣ କରାଯିବା ପରେ ହିନ୍ଦୁ ଶକ୍ତି ଦଳ ନାମକ ସଂଗଠନ ଏହାକୁ ନିଷେଧ କରିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଶୁଣାଣି ବେଳେ କହିଥିଲେ ଯେ ଏହି ଗୀତଟି କେବଳ ଅଶ୍ଳୀଳ ନୁହେଁ, ବରଂ ନାରୀବିଦ୍ବେଷ ଓ ଅମାନବିକତାରେ ପରିପୂର୍ଣ୍ଣ ଏବଂ ମହିଳାମାନଙ୍କୁ ଉପଭୋଗ୍ୟ ବସ୍ତୁ ରୂପେ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛି।

ଏହି ଗୀତର ନାମ ମଧ୍ୟ ଏତେ ଆପତ୍ତିଜନକ ଯେ କୋର୍ଟ ନିର୍ଦେଶରେ ତାହା ଲେଖିବା ସମ୍ଭବ ନୁହେଁ ବୋଲି ବିଚାରପତି କହିଥିଲେ। ଏଭଳି ଗୀତକୁ ‘କଳାତ୍ମକ ଅଭିବ୍ୟକ୍ତିର ସ୍ବାଧୀନତା’ ଅଧୀନରେ ସୁରକ୍ଷା ଦେବାକୁ କୋର୍ଟ ମନା କରିଦେଇଛନ୍ତି। ଉଭୟ ୟୋ ୟୋ ହନି ସିଂହ ଓ ବାଦଶାହଙ୍କୁ ଏଥିପାଇଁ ନୋଟିସ୍‌ ଜାରି କରାଯାଇଛି। ବାଦଶାହ ତାଙ୍କର ଅନ୍ୟ ଏକ ଗୀତ ‘ଟଟୀରୀ’ ପାଇଁ ମଧ୍ୟ ଗତ ମାସରୁ ବିବାଦରେ ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେହିପରି ୟୋ ୟୋ ହନି ସିଂହ ଶନିବାର ଦିନ ପୁନେରେ ହେବାକୁ ଥିବା କନ୍‌ସର୍ଟକୁ ଅନିର୍ଦ୍ଦିଷ୍ଟ ଦିବସକୁ ଘୁଞ୍ଚାଇ ଦେଇଛନ୍ତି। ଖରାପ ପାଣିପାଗ ଯୋଗୁଁ ଏ ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version