ଦେଶ ବିଦେଶବାଣିଜ୍ୟ

OIL: ୩୦ ଡଲାର ରିହାତିରେ ତେଲ ବିକିବ ଇରାକ; ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ପଡ଼ିବ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଅନ୍ତର୍ଜାତୀୟ ତେଲ ବଜାର ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ବାଭାବିକ ହୋଇପାରୁନଥିବାରୁ ତେଲ ବିକ୍ରି ଉପରେ ନିର୍ଭରଶୀଳ ଥିବା ଦେଶଗୁଡ଼ିକ ପାଣ୍ଠି ଯୋଗାଡ଼ କରିବା ଲାଗି ଭିନ୍ନ ଭିନ୍ନ ପନ୍ଥା ଗ୍ରହଣ କରୁଛନ୍ତି। ତେଲ ଉପରେ ବ୍ୟାରେଲ ପିଛା ୩୦ ଡଲାର ଭଳି ବଡ଼ ଧରଣର ରିହାତି ଘୋଷଣା କରିିଛି ଇରାକ। ‌

ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ତେଲ ଉତ୍ପାଦନ ହ୍ରାସ କରିବା ଉପରେ ବିଚାର କରୁଛନ୍ତି। କାରଣ ଉତ୍ପାଦିତ ହେଉଥିବା‌ ତେଲ ବାହାରକୁ ଯାଇପାରୁନାହିଁ। ସଂରକ୍ଷଣ ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ପୂରଣ ହୋଇଗଲାଣି। ଅଧିକ ତେଲ ରଖିବାକୁ ଜାଗା ନାହିଁ। ଇରାକ ମଧ୍ୟ ତୈଳ ଉତ୍ପାଦନ ହ୍ରାସ କରିବା ଉପରେ ବିଚାର କରୁଛି। ବରସାହ ମିଡିୟମ୍‌ ଗ୍ରେଡ୍‌ ଅଶୋଧିତ ତେଲ ଉପରେ ବ୍ୟାରେଲ ପିଛା ୩୩.୪୦ ଡଲାର ରିହାତି ପ୍ରଦାନ କରାଯାଉଛି। ଇରାକ ସ୍ପଷ୍ଟ କରିଛି ଯେ ତେଲ କିଣିବା ପରେ କେହି ବି ଫୋର୍ସ ମେଜର ଲାଗୁ କରିପାରିବେ ନାହିଁ। କାରଣ ବିଶେଷ ପରିସ୍ଥିତି ପାଇଁ ଏହି ରିହାତି ଦିଆଯାଉଛି।

ଜାହାଜ ଚଳାଚଳ ଉପରେ ନଜର ରଖିଥିବା ସଂସ୍ଥାର ତଥ୍ୟ ଅନୁସାରେ ଇରାକର ଦକ୍ଷିଣ ଭାଗରେ ଥିବା ବସରା ବନ୍ଦରରୁ ଏପ୍ରିଲରେ ମାତ୍ର ଦୁଇଟି ଜାହାଜ ପଣ୍ୟ ପରିବହନ କରିବାରେ ସଫଳ ହୋଇଥିଲା ଯାହା ଗତ ମାର୍ଚ୍ଚର ୧୨ଟି ଜାହାଜ ତୁଳନାରେ ଯଥେଷ୍ଟ କମ୍‌। ସାମରିକ ଆକ୍ରମଣର ଶିକାର ହେବା ଆଶଙ୍କା ଥିବାରୁ କୌଣସି ଜାହାଜ କମ୍ପାନି ହର୍ମୁଜ ପ୍ରଣାଳୀ ଦେଇ ସେମାନଙ୍କ ଜାହାଜ ଛାଡ଼ିବାକୁ ଚାହୁନାହାନ୍ତି। ତେବେ ତୁର୍କୀ ବାଟ ଦେଇ ନିର୍ମାଣ କରାଯାଇଥିବା ଏକ ପାଇପ୍‌ଲାଇନ୍‌ ଜରିଆରେ ଇରାକ ତେଲ ରପ୍ତାନି ଜାରି ରଖିଛି। କିନ୍ତୁ ଜାହାଜ ପରିବହନ ତୁଳନାରେ ତାହା ଯଥେଷ୍ଟ କମ ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button