ଜୟପାଟଣା: ଚଳନ୍ତା ବାଇକ ଉପରେ ଗଛ ପଡ଼ିଯିବାରୁ ଗତକାଲି ଜଣଙ୍କର ମୃତ୍ୟୁହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ କଳମପୁର ଥାନା ବରଛି ଗ୍ରାମର ରବିଶଙ୍କର ମାଝୀ (୪୨) ଓ ତାଙ୍କ କାକା ଶଶୁର ଜୟପାଟଣା ଥାନା କୁମଜୋର ଗ୍ରାମର ଅମର ମାଝୀ (୪୫) ଦୁହେଁ ଏକ ବାଇକ ଯୋଗେ ବରଛି ଗ୍ରାମରୁ ବାହାରି ବୀଜମରା ଡିଷ୍ଟ୍ରିବ୍ୟୁଟାରୀ କେନାଳ ରାସ୍ତ ଦେଇ କୁମଜୋରକୁ ଯିବା ସମୟରେ କାଳ ବୈଶାଖୀର ପ୍ରଭାବ ଯୋଗୁଁ ବର୍ଷା ପବନ ହୋଇ କେନାଲ କଡ଼ରେ ଥିବା ଏକ ଗଛ ଭାଙ୍ଗିଯାଇ ରବିଶଙ୍କର ଉପରେ ପଡ଼ିଯାଇଥିଲା ।ଫଳରେ ଘଟଣା ସୁଳରେ ରବିଶଙ୍କରର ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ରବିଶଙ୍କରଙ୍କ କକା ଶ୍ବଶୁର ଅମର ମାଝୀ ଗୁରୁତର ହୋଇଥିଲେ ।
ଉଭୟଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ରବି ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମରଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରବିଶଙ୍କରଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ
