ଦେଶ ବିଦେଶ

Pakistan Air Force: ପାକିସ୍ତାନକୁ ଚୀନର ବଡ଼ ଝଟକା, ଜେ-୧୦ସିଇ ଯୁଦ୍ଧ ବିମାନ ଯୋଗାଣ ଉପରେ ଲାଗିଲା ରୋକ୍

ବେଜିଂ/ଇସଲାମାବାଦ: ଭାରତୀୟ ବାୟୁସେନାର ଅତି ଶକ୍ତିଶାଳୀ ରାଫେଲ ଯୁଦ୍ଧ ବିମାନର ମୁକାବିଲା ପାଇଁ ଚୀନଠାରୁ ପ୍ରତିରକ୍ଷା ଚୁକ୍ତି ବଳରେ କ୍ରୟ କରାଯାଉଥିବା ‘ଜେ-୧୦ସିଇ’ ଲଢ଼ୁଆ ବିମାନ ଏବେ ପାକିସ୍ତାନ ପାଇଁ ଏକ ନୂତନ ସମସ୍ୟା ପାଲଟିଛି। ଦେଶର ଚରମ ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନକୁ ଏକ ବଡ଼ ଧକ୍କା ଦେଇ ଚୀନ୍ ତା’ର ଅବଶିଷ୍ଟ ଗୋଟିଏ ‘ଜେ-୧୦ସିଇ’ ଯୁଦ୍ଧ ବିମାନର ଯୋଗାଣକୁ ଅସ୍ଥାୟୀ ଭାବରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ବାୟୁସେନାର ରାଫେଲ ସ୍କ୍ୱାର୍ଡନ ଦ୍ୱାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ସଫଳ ସାମ୍ନା କରିବା ପାଇଁ ପାକିସ୍ତାନ ଚୀନ୍ ସହିତ ମୋଟ ୩୬ଟି ‘ଜେ-୧୦ସିଇ’ ଲଢ଼ୁଆ ବିମାନ କ୍ରୟ କରିବା ପାଇଁ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଥିଲା। ଚୀନର ଏହି ‘ଜେ-୧୦ସିଇ’ ବିମାନକୁ ପ୍ରାୟତଃ ରାଫେଲର ପ୍ରତିଦ୍ୱନ୍ଦ୍ୱୀ ବୋଲି ବର୍ଣ୍ଣନା କରାଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷେ ଦୁଇଟି ଯୁଦ୍ଧ ବିମାନର ସାମରିକ କ୍ଷମତା ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି।

ପୂର୍ବ ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟୀ, ପାକିସ୍ତାନ ଏପର୍ଯ୍ୟନ୍ତ ଚୀନଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଟି ‘ଜେ-୧୦ସିଇ’ ବିମାନ ପାଇସାରିଛି। ଚୀନ୍ ବ୍ୟାଙ୍କ ଏବଂ ସେଠାକାର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ମିଳିଥିବା ମୋଟା ଅଙ୍କର ଋଣ ସାହାଯ୍ୟରେ ହିଁ ଏହି ପ୍ରାରମ୍ଭିକ ବିତରଣ ସମ୍ଭବ ହୋଇପାରିଥିଲା। ତେବେ ଚୁକ୍ତିର ସର୍ତ୍ତ ମୁତାବକ ବାକି ଥିବା ୧୬ଟି ବିମାନର ହସ୍ତାନ୍ତର ପୂର୍ବରୁ ପାକିସ୍ତାନକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଆର୍ଥିକ କିସ୍ତି ବା ଦେୟ ପରିଶୋଧ କରିବାକୁ ପଡ଼ିବାର ଥିଲା। ମାତ୍ର ବର୍ତ୍ତମାନ ସମୟରେ ପାକିସ୍ତାନରେ ବୈଦେଶିକ ମୁଦ୍ରା ଭଣ୍ଡାରର ଘୋର ଅଭାବ, କ୍ରମାଗତ ଭାବେ ବଢ଼ୁଥିବା ବାହ୍ୟ ଋଣର ବୋଝ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍)ର କଠୋର ସର୍ତ୍ତାବଳୀ ଯୋଗୁଁ ଇସଲାମାବାଦ ନିର୍ଦ୍ଧାରିତ ସମୟ ମଧ୍ୟରେ ଚୀନକୁ ସେହି ଅର୍ଥ ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳସ୍ୱରୂପ, ଚୀନ୍ ବାଧ୍ୟ ହୋଇ ତା’ର ବାକି ଥିବା ବିମାନଗୁଡ଼ିକର ବିତରଣ ପ୍ରକ୍ରିୟାକୁ ଅଟକାଇ ଦେଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button