ବିବାହ ଉପଭୋଗ କରିବା, ବଜାୟ ରଖିବା ନୁହେଁ

ଜୀବନରେ ଭାରାକ୍ରାନ୍ତ ହୋଇଥିବା ଲୋକଙ୍କୁ ସାମୟିକ ଖୁସି ଏବଂ ଆନ୍ଦର ପରିବେଶ ପ୍ରଦାନ କରିବା ପାଇଁ ଏହି ବିବାହ ଉତ୍ସବ ଆୟୋଜନ କରାଯାଇଥାଏ। ଆୟୋଜକ ଏନେଇ ଅଂଶଗ୍ରହଣକାରୀଙ୍କଠାରୁ ଟଙ୍କା ନେଇ ଟିକେଟ୍ ଦେଇଥାନ୍ତି।

ପାକିସ୍ତାନରେ ନକଲି ବିବାହ ଧାରା

୨୦୨୩ ମସିହାରୁ ପାକିସ୍ତାନରେ ଏହି ଅଜବ ଧାରା ଦ୍ରୁତ ଗତିରେ ଦେଖାଦେଇଛି। ଏହି ନକଲି ବିବାହରେ ପ୍ରକୃତ ବିବାହର ସମସ୍ତ ପ୍ରକାରର ପୋଷାକ, ସଙ୍ଗୀତ, ରୀତିନୀତି ଏବଂ ସାଜସଜ୍ଜା ରହିଥାଏ। କିନ୍ତୁ ସମ୍ପର୍କ ଅସଲି ନୁହେଁ  ନକଲି। ଯୁବବର୍ଗମାନେ ମୁକ୍ତ ଭାବରେ ନାଚିବା ଏବଂ ଗୀତ ଗାଇବା ଏବଂ ବିବାହ ଉତ୍ସବର ମଜା ନେବା ପାଇଁ ଏକ ମଞ୍ଚ ପ୍ରସ୍ତୁତ କରାଯାଇଥାଏ। ତେବେ ଏହା  କେବଳ କିଛି ଘଣ୍ଟା ପାଇଁ। ୨୦୨୩ ମସିହାରେ ଲାହୋର ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସରେ ଅନୁଷ୍ଠିତ ଏକ ନକଲି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଧାରା ବ୍ୟାପକ ଭାବରେ ପରିଚିତି ପାଇଥିଲା।

ବିବାହରେ ସବୁକିଛି ଥିଲା କିନ୍ତୁ ସମ୍ପର୍କ ନଥିଲା, ଉତ୍ସବ ପରେ ଦେଶରେ ବିବାଦ ସୃଷ୍ଟି

କିନ୍ତୁ ଦେଶର ଯୁବପିଢ଼ି ଏବଂ ସୋସିଆଲ ମିଡିଆ ପ୍ରଭାବଶାଳୀ(ଇନଫ୍ଲୁଏନ୍ସର)ମାନେ ଏହାକୁ ଖୋଲାଖୋଲି ଭାବରେ ଗ୍ରହଣ କରିଥିଲେ।ଏହି ବିବାହ ସମାଲୋଚନାର ସୂତ୍ରପାତ କରିଥିଲା। ବିବାହରେ ଯୋଗ ଦେଇଥିବା ଜଣେ ଛାତ୍ରୀ କହିଥିଲେ, ଯେ ଏହା ତାଙ୍କ ଅନୁମତି ବିନା ଭାଇରାଲ ହୋଇଥିଲା। ଆମ ପରିବାରକୁ ଉତ୍ତର ଦେବାକୁ ପଡିଥିଲା। ବର ଘରେ ଶାନ୍ତି ଥିଲା, କିନ୍ତୁ କନ୍ୟା ସାଜିଥିବା ଝିଅଟି ଘରେ ହଙ୍ଗମା ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ବିଶ୍ୱବିଦ୍ୟାଳୟକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। କାରଣ ଅନେକ ଲୋକ ଏହାକୁ ଏକ ସମଲିଙ୍ଗୀ ବିବାହ ବୋଲି  ଭାବିଥିଲେ। ଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ପଡିଥିଲା।

ଯଦିଓ ପ୍ରଥମ ଥର ପାଇଁ ଏପରି ବିବାହ ସମାଲୋଚନାର ସମ୍ମୁଖୀନ ହୋଇଥିଲା, କିନ୍ତୁ ଏହି ନକଲି ବିବାହ ଏବେ ଏକ ଧାରା ପାଲଟିଛି। ପାକିସ୍ତାନରେ ଏହି ନକଲି ବିବାହ ଆଉ କେବଳ ପାର୍ଟି ନୁହେଁ; ଏଗୁଡ଼ିକ ସମାଜ, ପରମ୍ପରା ଏବଂ ସ୍ୱାଧୀନତା ମଧ୍ୟରେ ଦ୍ୱନ୍ଦ୍ୱର ଏକ ନୂତନ କାହାଣୀ ପାଲଟିଛି।

ଆହୁରି ପଢ଼ନ୍ତୁ:Naveen Patnaik Bjp Congress ବିଜେପି ଓ କଂଗ୍ରେସର ସମାଲୋଚନା: ବିଜେଡିର ଦୋମୁଁହା ନୀତି, ନବୀନଙ୍କ ରାଜନୈତିକ ନାଟକ

ଅସଲି ବିବାହରେ ଶାରୀରିକ କ୍ଳାନ୍ତି ଏବଂ ସମ୍ପର୍କୀୟମାନଙ୍କ ଚାପ ପ୍ରାୟତଃ ଲୋକମାନଙ୍କୁ ସେମାନଙ୍କର ନିଜସ୍ୱ କାର୍ଯ୍ୟକ୍ରମ ଉପଭୋଗ କରିବାରୁ ବାଧା ଦେଉଥିଲା। ଏହିପରି ନକଲି ବିବାହ ଧାରା ଲୋକଙ୍କୁ ବିବାହ ଉପଭୋଗ କରିବାର ଅବସର ପ୍ରଦାନ କରୁଛି। ବର୍ତ୍ତମାନ ଅନେକ କମ୍ପାନି ମଧ୍ୟ ଏଭଳି ନକଲି ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।