
ନବରଙ୍ଗପୁର/ଉମରକୋଟ: ବର୍ତ୍ତମାନର ପରିସ୍ଥିତି ଏଭଳି ହୋଇଛି ଯେ ଆମକୁ ’ପୁନଶ୍ଚ ପୃଥିବୀ’ ପାଇଁ ଚିନ୍ତା କରିବାକୁ ପଡୁଛି। ସେଥି ପାଇଁ ଆମେ ସମସ୍ତେ ଦାୟୀ। ନୂଆ ଜଙ୍ଗଲ ସୃଷ୍ଟି ସହ ଗଛ ଲଗାଇ ବଢ଼ାଇବା ପାଇଁ ଆମ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଦରକାର। ଉମରକୋଟ ପେଣ୍ଡ୍ରାଣୀ ସ୍ନାତକ ମହାବିଦ୍ୟାଳୟ ଅଡିଟୋରିୟମ୍ ପରିସରରେ ‘ସମ୍ବାଦ’ ଓ କନକ ଟିଭି ପକ୍ଷରୁ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଉମରକୋଟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ନିଜ ବକ୍ତବ୍ୟରେ ସେ କହିଛନ୍ତି, ଜୀବନ ବଞ୍ଚାଉଥିବା ଗଛକୁ କୌଣସି ଲୋକ କାଟୁଥିବା ଦେଖିଲେ ସେ ସହ୍ୟ କରିପାରନ୍ତି ନାହିଁ। ଗଛକାଟୁଥିବା ଲୋକଟି ନିଜ ଲୋକ ହେଉ କିମ୍ବା ଦଳର ଲୋକେ ହେଉ କିମ୍ବା ଯେତେ ଶକ୍ତିଶାଳୀ ଲୋକ ହେଲେ ମଧ୍ୟ ସେ ବିରୋଧ କରିବେ ।
/filters:format(webp)/sambad/media/media_files/2026/06/11/ngp-ukt-parivesh-panchayt-1-5-2026-06-11-20-57-41.jpg)
ଏଭଳି କାର୍ଯ୍ୟକ୍ରମ ହେବା ଦ୍ବାରା ଗଛଟିଏ ଲଗାଇଲୁ। ଆଜିର ଦିନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଗଛଟିଏ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ନିଶ୍ଚିତ ରୁପେ ତାଙ୍କ ମନ ଓ ମସ୍ତିଷ୍କରେ ନୂଆ ଧାରା ସୃଷ୍ଟି ହୋଇଛି। ଆଗାମୀ ଦିନରେ ଯେଉଁ ପରିସ୍ଥିତି ହେବାକୁ ଯାଉଛି ସେଥିପାଇଁ ଆମେ ସମସ୍ତେ ଦାୟୀ। ଜଙ୍ଗଲ ନଷ୍ଟ ହେଉଛି। ଆମେ ସମସ୍ତେ ଗଛ ଲଗାଇଦେଉଛୁ। ପରବର୍ତ୍ତୀ ସମୟରେ ତାହାର ଯତ୍ନ ଆମେ ଆଉ ନେଉନୁ। ଗଛ ଲଗାଇବା ପରେ କିଭଳି ବଂଚିବ ତାହାକୁ ନେଇ କେବଳ ବନବିଭାଗ ହିଁ ଚିନ୍ତା କଲେ ହେବ ନାହିଁ।ଆମକୁ ବି ଚିନ୍ତା କରିବାକୁ ପଡିବ।
ଏକ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇ ସେ ରାଇଘରର ଗାୟତ୍ରୀ ମନ୍ଦିର ପରିସରରେ ଗଛ ଲଗାଇବାର ଯୋଜନା ରହିଥିବା ସୂଚନା ଦେଇଥିଲେ। ବିକାଶ ସହ ଆମେ ଜଙ୍ଗଲର ସୁରକ୍ଷା ଦେବା। ସେ ଭୁବନଶ୍ବେର ଓ ହାଇଦ୍ରାବାଦର ପରିବେଶକୁ ନେଇ ତୁଳନା କରିବା ସହ ହାଇଦ୍ରାବାଦର ପରିବେଶ ବହୁତ ଭଲ ଥିଲା ବୋଲି କହିଥିଲେ। ଜୈବ ବିବିଧତାକୁ ଦେଖିବା ସହ ସବୁ ଜୀବଜନ୍ତୁ ସହ ବିବିଧତାରକ୍ଷା ହୋଇ ପାରିବ ସେ ଦିଗରେ ଦୃଷ୍ଟି ଦେବା ବୋଲି ମନ୍ତ୍ରୀ କହିଛନ୍ତି।
/filters:format(webp)/sambad/media/media_files/2026/06/11/ngp-ukt-parivesh-panchayt-1-3-2026-06-11-20-57-58.jpg)
ଶିକ୍ଷାବିତ୍ ଉମେଶ କୁମାର ଭୁକ୍ତା ଯୋଗ ଦେଇ ଶିଳ୍ପର ବିକାଶ ଶହ ପରିବେଶର ସମନ୍ବୟ ରଖି ବ୍ୟାପକ ବୃକ୍ଷରୋପଣ କରାଯାଉ। ଏଲନିନୋର ପ୍ରଭାବ ଏଠାରେ ଦେଖା ଦେଇଥିବାରୁ କିଭଳି ପରିବେଶର ସୁରକ୍ଷା ହୋଇ ପାରିବ ସେ ଦିଗରେ ଚିନ୍ତା କରିବାକ ପରାମର୍ଶ ଦେଇଥିଲେ।
ଉମରକୋଟ ବନାଂଚଳ ଅଧିକାରୀ ଦେବସ୍ମିତା ସାହୁ ଯୋଗଦେଇ ସରଗୁଲି ଠାରେ ଇକୋ-ଟୁରିଜମ୍ ସ୍ପଟ ସମ୍ପର୍କରେ ସୂଚନାଦେବା ସହ ବ୍ୟାପକ ଭାବେ ନୂଆ ଜଙ୍ଗଲ ସୃଷ୍ଟିରେ ଜନସାଧାରଣଙ୍କ ସହଭାଗିତା ରହୁ ବୋଲି କହିଥିଲେ। ସମ୍ବାଦର ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ ସଭାପତିତ୍ବ କରି କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ମତ ଦେଇଥିଲେ। ଶେଷରେ ‘ସମ୍ବାଦ’ର ନବରଙ୍ଗପୁର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ଧନ୍ୟବାଦ ଦେବା ସହ ଅଭିଯାନର ଲକ୍ଷ୍ୟ, ଅଭିମୁଖ୍ୟ , ସମ୍ବାଦ ଓ ଆମଓଡିଶା ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଗଣ୍ଡ କଲେଜ ପରିସରରେ ଗଛ ଲଗାଇଥିଲେ। ଏହା ସହ ମନ୍ତ୍ରୀ ଓଅନ୍ୟ ଅତିଥିଙ୍କୁ ବିଭିନ୍ନ ଗଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପରିଚାଳନାରେ ରମେଶ ପଟ୍ଟନାୟକ, ଜିତୁ ମାଳି ଓ ଇଂ.ଚନ୍ଦନା ମଲ୍ଲୀକ ସହଯୋଗ କରିଥିଲେ।
ସୌଜନ୍ୟ ସମ୍ବାଦ




