Passes Away: ଫୁଟ୍ବଲ୍ କିଂବଦନ୍ତି କେଭିନ୍ କିଗାନଙ୍କ ଦେହାନ୍ତ
ଇଂଲଣ୍ଡ ଜାତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ କେଭିନ୍ କିଗାନଙ୍କର ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ଘଟିଛି। କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।

ନୂଆଦିଲ୍ଲୀ: ଇଂଲଣ୍ଡ ଜାତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ କେଭିନ୍ କିଗାନଙ୍କର ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ଘଟିଛି। କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଖେଳାଳି ଓ ପ୍ରଶିକ୍ଷକ ଭାବେ ଇଂଲିସ ଫୁଟ୍ବଲ୍ରେ କିଗାନ ଅନକେ ଉଲ୍ଲେଖନୀୟ ପ୍ରଭାବ ଛାଡ଼ିଯାଇଛନ୍ତି। ଫୁଟ୍ବଲ୍ ଦୁନିଆ ଏବେ ଏହି ମହାନ କିଂବଦନ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଲିଭରପୁଲ୍ ଓ ହାମ୍ବର୍ଗ ସହ ଖେଳ ଜୀବନ କାଟିଥିବା କିଗାନ ଏକାଧିକ ଟ୍ରଫି ଜିତିଥିବାବେଳେ ପ୍ରଥମ ବ୍ରିଟିସ୍ ଖେଳାଳି ଭାବେ ଦୁଇ ଥର ବାଲନ୍ ଓ’ଡାଓୟ ପୁରସ୍କାର ପାଇଥିଲେ।
ଆଲାନ ସିୟରରଙ୍କ ଶୋକ
୧୯୯୦ରେ ନ୍ୟୁକାସଲ୍ କ୍ଲବ୍ର ମ୍ୟାନେଜର ଭାବେ ସେ ଏହାର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିଥିଲେ। ଏପରିକି ପ୍ରିମିୟର ଲିଗ୍ ବିଜେତା ହେବାର ପାଖରେ ପହଞ୍ଚିଯାଇଥିଲେ। ଇଂଲିସ ଫୁଟ୍ବଲ୍ରେ ତାଙ୍କ ଲୋକପ୍ରିୟତା ଓ ଅବଦାନକୁ ସ୍ମରଣ କରି ପୂର୍ବତନ ଖେଳାଳି ଆଲାନ ସିୟରର ମଧ୍ୟ ଶୋକ ପ୍ରକଟ କରିଛନ୍ତି। ଭାବବିହ୍ବଳ ହୋଇ ଲେଖିଛନ୍ତି ‘ମୋ ନାୟକ, ମୋ ପ୍ରଶିକ୍ଷକ, ମୋ ବଂଧୁ-ଆରାମରେ ଶୋଇଯାଅ ମାଲିକ’।ଇଂଲିସ ଫୁଟ୍ବଲ୍ ଦୁନିଆରେ ‘କିଙ୍ଗ୍ କେଭ୍’ ଓ ‘ମାଇଟି ମାଉସ୍’ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିଲେ।
ସୌଜନ୍ୟ ସମ୍ବାଦ




