ମନୋରଞ୍ଜନ

Sahiba Bali: ଚର୍ଚ୍ଚାରେ ସାହିବା ବାଲୀ

ବଲିଉଡ୍‌ ଅଭନେତା ଅର୍ଜୁନ କପୁରଙ୍କ ସହିତ ଗୋଟିଏ ଫଟୋ ପାଇଁ ଏବେ ସାହିବା ବାଲୀ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛନ୍ତି। ଲର୍ଡସ୍‌ କ୍ରିକେଟ୍‌ ପଡ଼ିଆରେ ଦୁହେଁ ଏକାଠି ବସି ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରୁଥିବାର ସେହି ଚିତ୍ରଟି ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେଉଛି।

ବଲିଉଡ୍‌ ଅଭନେତା ଅର୍ଜୁନ କପୁରଙ୍କ ସହିତ ଗୋଟିଏ ଫଟୋ ପାଇଁ ଏବେ ସାହିବା ବାଲୀ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛନ୍ତି। ଲର୍ଡସ୍‌ କ୍ରିକେଟ୍‌ ପଡ଼ିଆରେ ଦୁହେଁ ଏକାଠି ବସି ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରୁଥିବାର ସେହି ଚିତ୍ରଟି ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେଉଛି। ସେଥିପାଇଁ ସେମାନେ ଡେଟିଂ କରୁଥିବା ନେଇ ଏକ ଗୁଜବ ମଧ୍ୟ ଘୂରିବୁଲୁଛି। ଏ ନେଇ ଆଗ୍ରହ ବଢ଼ିବାର କାରଣ ବୋଧହୁଏ ଏହା ଯେ ୨୦୨୪ରେ ମଲାଇକା ଅରୋଡ଼ାଙ୍କ ସହିତ ପ୍ରେମସମ୍ପର୍କ ବିଚ୍ଛେଦ ପରେ ଅର୍ଜୁନଙ୍କ ପ୍ରେମ ଜୀବନ ଶୁଖିଲା ରହିଆସିଥିଲା। ତେଣୁ ସାହିବାଙ୍କ ବିଷୟରେ ଜାଣିବା ପାଇଁ ମଧ୍ୟ ଲୋକଙ୍କ ମନରେ ଉତ୍ସୁକତା ସୃଷ୍ଟି ହେବା ସ୍ବାଭାବିକ। ୩୨ ବର୍ଷୀୟା ସାହିବା ହେଉଛନ୍ତି କାଶ୍ମୀରରେ ଜନ୍ମିତ ଜଣେ ଅଭିନେତ୍ରୀ ତଥା କଣ୍ଟେଣ୍ଟ କ୍ରିଏଟର୍‌।

୨୦୧୭ରେ ‘ଡିଅର୍‌ ମାୟା’ ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ତା’ ପରେ ସେ ‘ଲୈଲା ମଜନୁ’ ଓ ‘ଅମର ସିଂହ ଚମକିଲା’ ପରି ଚଳଚ୍ଚିତ୍ରରେ ପାର୍ଶ୍ବ ଭୂମିକାରେ ଅଭିନୟ କରିଛନ୍ତି। ସେ ଉପସ୍ଥାପିକା ଭାବରେ ମଧ୍ୟ ଜଣାଶୁଣା। ରୋଚକ କଥା ହେଲା ସାହିବା ଏହି ଡେଟିଂ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ ନ କରି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅର୍ଜୁନ କପୁରଙ୍କ ସହିତ ଏକ ଫଟୋ ଛାଡ଼ିଛନ୍ତି ଏବଂ ତା’ ସହିତ ‘ଇଣ୍ଟର୍‌ନେଟ୍‌ରେ ସବୁ କଥାକୁ ବିଶ୍ବାସ କରନ୍ତୁ ନାହିଁ’ ବୋଲି ମଜାଳିଆ ଢଙ୍ଗରେ ଉଲ୍ଲେଖ କରିଛନ୍ତି। ଅତୀତରେ ସାହିବା ଅର୍ଜୁନଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଥିବା କଥା ମଧ୍ୟ ଏହି ଡେଟିଂ ଗୁଜବକୁ ବଳ ଦେଉଛି। ତେବେ ସତ କ’ଣ ତାହା ଜାଣିବା ଲାଗି ପ୍ରଶଂସକମାନଙ୍କୁ ଅର୍ଜୁନଙ୍କ ପକ୍ଷ ପାଇଁ ଅପେକ୍ଷା କରିବାକୁ ପଡ଼ିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button