ଏହା ପାଣିରେ ଅମ୍ଳଜାନ କମାଇବା ସହ ସୂର୍ଯ୍ୟକିରଣକୁ ଅବରୋଧ କରିଥିଲା ଏବଂ ମାଛ ଓ ଅନ୍ୟାନ୍ୟ ଜଳଜୀବ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ସେଠାରେ କମ୍ ମାଛ ଏବଂ କିଛି ଜାତିର ଜୀବ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଉଥିବା ଜଣାଇଛନ୍ତି। ଏହା ଲୋକଙ୍କ ଜୀବିକା, ଜୈବ ବିବିଧତା ଏବଂ ସ୍ଥାନୀୟ ଖାଦ୍ୟ ସୁରକ୍ଷାକୁ ବିପଦରେ ପକାଉଛି। ଭାରତୀୟ ଉପକୂଳ ଜଳ ଉପରେ ୨୦୨୪ ମସିହାରେ ହୋଇଥିବା ଏକ ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁସାରେ ଗତ ଦୁଇ ଦଶନ୍ଧି ମଧ୍ୟରେ କ୍ଷତିକାରକ ସାମୁଦ୍ରିକ ଶୈବାଳ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ବିଷାକ୍ତ ଶୈବାଳର ବଂଶବୃଦ୍ଧି ରୋକିବା ପାଇଁ ଆମକୁ ଜଳାଶୟରେ ପ୍ରବେଶ କରୁଥିବା ପ୍ରଦୂଷିତ ସାମଗ୍ରୀ ହ୍ରାସ କରିବାକୁ ପଡ଼ିବ। ଅର୍ଥାତ୍ ନର୍ଦ୍ଦମାର ସୁପରିଚାଳନା, ସତର୍କ ସାର ବ୍ୟବହାର ଏବଂ ଶିଳ୍ପ ବର୍ଜ୍ୟ ଉପରେ କଠୋର କଟକଣା ନିଶ୍ଚିତ କରିବା ଜରୁରି।
ଭାରତର ଅନେକ ହ୍ରଦ, ଆର୍ଦ୍ରଭୂମି ଓ ଜଳାଶୟ ଉପରେ ଶୈବାଳ ମାଡ଼ିଯାଇ ଜଳାଶୟକୁ ସବୁଜ, ଲାଲ ବା କୃଷ୍ଣ ରଙ୍ଗର କରିଦେଉଛି। ଏହି ପ୍ରକ୍ରିୟାକୁ ଶୈବାଳ ବିସ୍ଫୋରଣ କୁହାଯାଉଛି। ଏହା ଜଳବାୟୁ ସଙ୍କଟର ଆଉ ଏକ ସୂଚକ ବୋଲି ପରିବେଶବିତ୍ମାନେ ସତର୍କବାଣୀ ଶୁଣାଇଛନ୍ତି। କହିବା ବାହୁଲ୍ୟ, ପୃଥିବୀର କ୍ରମବର୍ଦ୍ଧିଷ୍ଣୁ ଉତ୍ତପ୍ତୀକରଣ ଅନେକ ପରିସଂସ୍ଥାକୁ ପ୍ରଭାବିତ କରୁଛି। ସେହି ଧାରା ସହିତ ତାଳ ଦେଇ ଜଳଭାଗଗୁଡ଼ିକ ମଧ୍ୟ ଜଳବାୟୁ ଚାପର ସମ୍ମୁଖୀନ ହେଉଛନ୍ତି। ସେଥି ମଧ୍ୟରୁ ଶୈବାଳ ଅଭିବୃଦ୍ଧି ହେଉଛି ଗୋଟିଏ। ଜଳଭାଗର ପୃଷ୍ଠରେ ଶୈବାଳ ବିସ୍ଫୋରକ ଭାବରେ ବୃଦ୍ଧି ପାଇ ଜଳକୁ ପ୍ରଦୂଷିତ କରୁଛି। ଜଳର ପୃଷ୍ଠକୁ ଶୈବାଳ ଆଚ୍ଛାଦିତ କରି ପାଣିରେ ବିଷାକ୍ତ ପଦାର୍ଥ ଛାଡ଼ିଥାଏ ଏବଂ ସୂର୍ଯ୍ୟକିରଣକୁ ଅବରୋଧ କରି ଆହୁରି କ୍ଷତି ପହଞ୍ଚାଏ। ପୁଣି ଏହା ମତ୍ସ୍ୟ ସମ୍ପଦକୁ ମାରିପାରେ, ପାଣିର ଗୁଣବତ୍ତା ନଷ୍ଟ କରିପାରେ ଏବଂ ମଣିଷ ଓ ପ୍ରାଣୀମାନଙ୍କ ପାଇଁ ପାଣିକୁ ଅସୁରକ୍ଷିତ କରିପାରେ।

ସୌଜନ୍ୟ ସମ୍ବାଦ