Pope shows fear of God to Trump-Netanyahu: ଯେଉଁମାନଙ୍କର ହାତ ରକ୍ତରେ ଲାଲ୍ ସେମାନଙ୍କ ପ୍ରାର୍ଥନା ଗ୍ରହଣ କରନ୍ତି ନାହିଁ ପରମେଶ୍ବର: ପୋପ୍

ଗତ ମାସରୁ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ୍ ଲିଓ ଚତୁର୍ଦ୍ଦଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାମ ନ ନେଇ ସେମାନଙ୍କୁ ଟାର୍ଗେଟ କରିଛନ୍ତି।

ଭଟିକାନ ସିଟି: ଗତ ମାସରୁ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ୍ ଲିଓ ଚତୁର୍ଦ୍ଦଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାମ ନ ନେଇ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ପୋପ୍ ଲିଓ ଚତୁର୍ଦ୍ଦଶ ତାଙ୍କ ପାମ୍ ସଣ୍ଡେ ଅଭିଭାଷଣରେ ଶାନ୍ତି ଏବଂ ଅହିଂସାର ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଈଶ୍ୱର ସେହି ନେତାମାନଙ୍କ ପ୍ରାର୍ଥନା ଗ୍ରହଣ କରନ୍ତି ନାହିଁ ଯେଉଁମାନେ ଯୁଦ୍ଧ କରନ୍ତି ଏବଂ ଯାହାଙ୍କ ହାତ ରକ୍ତରେ ଲାଲ ହୋଇଛି। ଏହାକୁ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆରମ୍ଭ କରିଥିବା ନେତାମାନଙ୍କ ସମାଲୋଚନା ଭାବରେ ଦେଖାଯାଉଛି।

ଯୀଶୁ ହିଂସା ଅପେକ୍ଷା ନମ୍ରତା ଏବଂ ତ୍ୟାଗକୁ ବାଛିଥିଲେ

ଯୀଶୁ ଖ୍ରୀଷ୍ଟଙ୍କ ଆବେଗକୁ ପ୍ରତିଫଳିତ କରି ପୋପ୍ ତାଙ୍କୁ ଶାନ୍ତିର ରାଜା ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଦୁଃଖ ଏବଂ ମୃତ୍ୟୁର ସମ୍ମୁଖୀନ ହେବା ସମୟରେ ମଧ୍ୟ ଯୀଶୁ ହିଂସା ଅପେକ୍ଷା ନମ୍ରତା ଏବଂ ତ୍ୟାଗକୁ ବାଛିଥିଲେ। ଯୀଶୁଙ୍କ ଜୀବନ ଏବଂ କାର୍ଯ୍ୟ ଯୁଦ୍ଧ ତଥା ଆକ୍ରମଣର ସମ୍ପୂର୍ଣ୍ଣ ବିପରୀତ ଥିଲା ବୋଲି ସେ ସେ ଗୁରୁତ୍ୱାରୋପ କରିଛନ୍ତି। ଯେତେବେଳେ ଯୀଶୁ କ୍ରୁଶର ପଥରେ ଚାଲିଥିଲେ। ଆମେ ତାଙ୍କ ପଦାଙ୍କ ଅନୁସରଣ କରି ମାନବତା ପ୍ରତି ତାଙ୍କ ପ୍ରେମକୁ ପ୍ରତିଫଳିତ କରୁଛୁ। ହିଂସାର ସମ୍ମୁଖୀନ ହେବା ସତ୍ତ୍ୱେ ଯୀଶୁ ଅସ୍ତ୍ର ଉଠାଇବାକୁ ମନା କରିଥିବା ସେ କହିଛନ୍ତି।
ବାଇବେଲରୁ ଉଦ୍ଧୃତ କରି ପୋପ୍ ଚେତାବନୀ ଦେଇଛନ୍ତି ଯେ, ଧର୍ମକୁ ସଂଘର୍ଷକୁ ଯଥାର୍ଥ କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଇଶ୍ବର ଯୁଦ୍ଧ କରୁଥିବା ଲୋକଙ୍କ ପ୍ରାର୍ଥନା ଶୁଣନ୍ତି ନାହିଁ। ଏହା ସହିତ ସେ ବାଇବେଲର ପଦକୁ ଉଦ୍ଧୃତ କରି କହିଛନ୍ତି, ତୁମେ ଅନେକ ଥର ପ୍ରାର୍ଥନା କଲେ ବି ମୁଁ ଶୁଣିବି ନାହିଁ, କାରଣ ତୁମର ହାତ ରକ୍ତରେ ଲାଲ୍ ହୋଇଛି।

ଯୀଶୁଙ୍କୁ ଶାନ୍ତିର ପ୍ରତୀକ ଭାବରେ ବର୍ଣ୍ଣନା କରି ପୋପ୍ କହିଛନ୍ତି, ଯୀଶୁ ଲୋକଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିବା ଏବଂ ମାନବତାକୁ ଈଶ୍ୱର ତଥା ପରସ୍ପରର ନିକଟତର କରିବା ପାଇଁ ଧରାବତରଣ କରିଥିଲେ। ଯୀଶୁ ଗଧ ଉପରେ ବସି ଜେରୁଜେଲମରେ ପ୍ରବେଶ କରିବା ନମ୍ରତା ଏବଂ ଯୁଦ୍ଧକୁ ଅସ୍ବୀକାର କରିବାର ପ୍ରତୀକ ଥିଲା ବୋଲି ପୋପ୍ ସୂଚିତ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Exit mobile version