Postal Divisions May Return ପୁଣି ଭୁବନେଶ୍ୱର ଅଧୀନକୁ ଫେରିବ ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳ
ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳକୁ ପୁଣି ଭୁବନେଶ୍ୱର ରିଜିଅନ୍ ଅଧୀନରେ ରଖିବାକୁ ଓଡ଼ିଶା ଡାକ ବିଭାଗ ଡାକ ନିର୍ଦ୍ଦେଶାଳୟକୁ ପ୍ରସ୍ତାବ ପଠାଇଛି।

ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ମୟୁରଭଞ୍ଜ ଓ ରାଇରଙ୍ଗପୁର ଡାକମଣ୍ଡଳକୁ ଭୁବନେଶ୍ବର ମୁଖ୍ୟାଳୟ କ୍ଷେତ୍ର ଅଧୀନକୁ ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ଖୁବ୍ଶୀଘ୍ର ମୋହର ବାଜିବ ବୋଲି ଜଣାଯାଇଛି।
Invest in Postal Savings, Earn Profits!: ପୋଷ୍ଟାଲ୍ରେ ନିବେଶ କରନ୍ତୁ, ଲାଭ ପାଆନ୍ତୁ!
ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳକୁ ସମ୍ବଲପୁର କ୍ଷେତ୍ର ଅଧୀନକୁ ନେବା ନିଷ୍ପତ୍ତି ଉପରେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ ମହଲ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାଞ୍ଜସେନା ପକ୍ଷରୁ ବିରୋଧ କରାଯାଇଥିଲା।
ଓଡ଼ିଶା ଡାକ ମଣ୍ଡଳ ପକ୍ଷରୁ ନିଷ୍ପତ୍ତିକୁ ପୁନଃ ସମୀକ୍ଷା କରି ଉଭୟ ମଣ୍ଡଳକୁ ପୁଣି ଥରେ ଭୁବନେଶ୍ୱର ମୁଖ୍ୟାଳୟ କ୍ଷେତ୍ର ଅଧୀନରେ ରଖିବା ପାଇଁ ନୂଆଦିଲ୍ଲୀକୁ ପ୍ରସ୍ତାବ ପଠାଯାଇଛି।
/filters:format(webp)/sambad/media/media_files/2026/11/05/rairangpur-post-office-2026-11-05-20-03-11.jpg)
ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ, ଓଡ଼ିଶାଙ୍କ ପକ୍ଷରୁ ୪ ନଭେମ୍ବର ୨୦୨୬ରେ ଚିଠି ନଂ Y-୨୭/୧୭/୨୦୨୬ ଯୋଗେ ଡାକ ନିର୍ଦ୍ଦେଶାଳୟକୁ ଏହି ପ୍ରସ୍ତାବ ପଠାଯାଇଛି। ପୂର୍ବରୁ ୧୨ ଅକ୍ଟୋବର ୨୦୨୬ରେ ଉଭୟ ମଣ୍ଡଳକୁ ସମ୍ବଲପୁରକୁ ସ୍ଥାନାନ୍ତର ପାଇଁ ଅନୁମୋଦନ ହୋଇଥିଲା ଓ ୧୫ ଅକ୍ଟୋବର ୨୦୨୬ରେ ଅର୍ଡର ବାହାରିଥିଲା। ଏହାକୁ ନେଇ ବାରିପଦାସ୍ଥିତ ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ ଗଭ୍ ପେନସନର ଆସୋସିଏସନ ଓ ଡାକ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥିଲେ।
ପ୍ରାଶାସନିକ ସୁବିଧା ଓ ଭୌଗଳିକ ଦୃଷ୍ଟିରୁ ଉଭୟ ମଣ୍ଡଳକୁ ଭୁବନେଶ୍ୱରରେ ରଖିବା ପାଇଁ ନୂଆ ପ୍ରସ୍ତାବରେ କୁହାଯାଇଛି। ଏହି ଅନୁଯାୟୀ ଭୁବନେଶ୍ୱର ରିଜିଅନରେ ୧୦ଟି, ବ୍ରହ୍ମପୁରରେ ୮ଟି ଓ ସମ୍ବଲପୁରରେ ୬ଟି ମଣ୍ଡଳ ରହିବ। ଏପିଟି ୨.୦ ମ୍ୟାପିଂ ଯୋଗୁଁ ପୁରୁଣା ଅର୍ଡରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଏନେଇ ଦୁଇ ମଣ୍ଡଳର ଗ୍ରାହକ ଓ ଡାକ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସୌଜନ୍ୟ ସମ୍ବାଦ




